ପଟାମରା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଟୁର୍ଚାକାନିକୁ ହରାଇ ଝରିଆଲ୍ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପଟାମରା ଗ୍ରାମର କ୍ରିକେଟ ଟିମ୍ ପକ୍ଷରୁ ଚାଲିଥିବା ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଳଟି ଗତ ୨୦ ନଭେମ୍ୱର ଗୁରୁବାର ଦିନରୁ ଆରମ୍ଭ ହୋଇ ୨୫ ନଭେମ୍ବର ମଙ୍ଗଳବାର ଦିନ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧୬ଟି ଟିମକୁ ନେଇ ହୋଇଥିବା ଏହି କ୍ରିକେଟ ଖେଳରେ ଫାଇନାଲକୁ ଝରିଆଲ ଟିମ୍ ଓ ଟୁର୍ଚାକାନି ଟିମ୍ ପହଞ୍ଚିପାରିଥିଲେ । ଏହି ୧୦ ଓଭରର ଫାଇନାଲ ଖେଳରେ ଟୁର୍ଚାକାନି ଟିମ୍ ସମସ୍ତ ୱିକେଟ ହରାଇ ମାତ୍ର ୫୭ ରନ୍ କରିପାରିଥିଲେ । ଝରିଆଲର ଦୁଇ ଓପନର୍ ପାୱାର ପ୍ଲେର ସମ୍ପୁର୍ଣ୍ଣ ଫାଇଦା ନେଇ ନିଜ ଟିମ୍‌କୁ ସୁନ୍ଦର ଆରମ୍ଭ ଦେଇଥିବା ବେଳେ ଗୋଟିଏ ୱିକେଟ ହରାଇ ମାତ୍ର ତିନି ଓଭରରେ ୫୮ ରନ କରି ବିଜୟ ହାସଲ କରିଥିଲେ । ପଟାମରା ଖେଳ ପଡିଆରେ ହେଉଥିବା ଏହି ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ମୁରିବାହାଲ ବ୍ଲକ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର କୋଷାଧ୍ୟକ୍ଷ ନବିନ କୁମାର ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଁରେଇ ଗ୍ରାମପଞ୍ଚାୟତର ଗାଁ ସାଥୀ ଜଗତ ବେହେରା ଓ ପଟମରା ଗ୍ରାମର ବ୍ୟବସାୟୀ ଲଲିତ ଗହିର ମଞ୍ଚାସିନ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ଝରିଆଲର ବିବେକ କୁମାର ହୋଇଥିବା ବେଳେ ମ୍ୟାନ ଅଫ ଦି ସିରିଜ୍ ଟୁର୍ଚାକାନି ପକ୍ଷରୁ ଖେଳୁଥିବା ଯମୁନା ଗ୍ରାମର ଖେଳାଳି ଭିକାରୀ ଶିକା ହାସଲ କରିଥିଲେ । ଗ୍ରାମର ତରୁଣ ଛତ୍ରିଆ, ବଶୁ ଛତ୍ରିଆ, ଦିଗାମ ଛତ୍ରିଆ, ଅଶୋକ ଭୋଇ, ଅଜୟ ଛତ୍ରିଆ, ଲୋଚନ ହଂସ, ଝସକେତନ ବଛା ତଥା ସମସ୍ତ ଟିମ୍ ମେମ୍ବରଙ୍କ ନେତୃତ୍ୱରେ ବହୁତ୍ ସୁନ୍ଦର ଭାବରେ ଖେଳ ଉଦଯାପିତ ହୋଇଥିଲା ।

Leave A Reply

Your email address will not be published.