ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଏସ୍.ଜେ ରେସିଡେ଼ନ୍ସିରେ ଜାତୀୟ ଉଠା ଦୋକାନୀ ସଂଘ ଓ ଜିଲ୍ଲା ଉଠା ଦୋକାନୀ ସଂଘ ଆନୁକୂଲ୍ୟରେ ତିନି ଦିନିଆ ଷ୍ଟ୍ରିଟ ଫୁଡ୍ ଭେଣ୍ଡର ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉଦ୍ଘାଟନ କରିଥିଲେ । ବଲାଙ୍ଗିର ସହରର ୨୫୦ ଜଣ ଷ୍ଟ୍ରିଟ ଫୁଡ୍ ଭେଣ୍ଡରଙ୍କୁ ତାଲିମ ଦିଆଯାଇଥିବା ବେଳେ ଫୁଡ୍ ସେଫ୍ଟି ବାବଦରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତଙ୍କୁ କୁକ୍ ଏପ୍ରନ ଏବଂ ଫୁଡ୍ ସେଫ୍ଟି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଯଥା ପିଏମ୍ ସ୍ୱନିଧି, ଅଣସଂଗଠିତ ଶ୍ରମିକ କାର୍ଡ, ଷ୍ଟ୍ରିଟ ଭେଣ୍ଡର ଭାବରେ ରେଜିଷ୍ଟ୍ରିଭୁକ୍ତ ହେବା ପାଇଁ ଅବଗତ କରାଯାଇଥିଲା । ସଭାପତି ଶମ୍ଭୁ ନାଗଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ସଂଘ କିପରି ସୁଦୃଢ ହେବ ସେ ଉପରେ ସମସ୍ତ ସଭ୍ୟ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ପର୍ଯ୍ୟବେକ୍ଷକ ରୂପେ ରାଜୀବ କୁମାର ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଂପାଦକ ବିଶ୍ୱଜିତ ସାହୁ, ଉପ-ସଭାପତି ବରୁଣ ବାଗ, ସାଧାରଣ ସଂପାଦକ କର୍ଣ୍ଣରାଜ ପାଣିଗ୍ରାହୀ, ସୁଦାମ ସିଂ, ଗୋପାଳ ସାହୁ ଓ ଅନ୍ୟମାନେ ପରିଚାଳନା କରିଥିଲେ । ତିନି ଦିନର ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କାଉନସିଲର ଇସ୍ମତ ଆରା ଖାନ, କିଶୋର କୁମ୍ଭାର, ଗଙ୍ଗାଧର ଚାନ୍ଦ, ଲଲାଟେନ୍ଦୁ ପଟ୍ଟନାୟକ ଓ ଶତୃଘନ ବାଗ ପ୍ରମୁଖଙ୍କ ସହିତ ଖାଦ୍ୟ ନିରାପତ୍ତା ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମର ଅଂଶୀଦାର ଭାବରେ ସହଯୋଗ କରିଥିଲେ ।
Prev Post