- ଖଗସାକୁ ହରାଇ ପାତଳପଡ଼ା ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ଗ୍ରାମରେ ୧୫ତମ ବଳବାନ ଲଭଷ୍ଟାର ନକ ଆଉଟ୍ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ କୁରେବିଅଁର ଖେଳ ପଡିଆରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳ ପାତଳପଡ଼ା ବନାମ ଖଗସା ଦଳ ମଧ୍ୟରେ ହୋଇଥିଲା । ଏଥିରେ ପାତଳପଡା ଦଳ ୧୨ ଓଭରରେ ୧୫୦ରନ କରିଥିବା ବେଳେ ଖଗସା ଦଳ କେବଳ ସମସ୍ତ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ବିଜେତା ଦଳକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଟ୍ରଫି ସହିତ ନଗଦ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ ଓ ଉପବିଜେତା ଦଳକୁ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ତେନ୍ତୁଳୀଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର, ମଣ୍ଡଳ ସଭାପତି ସୁବାସ ପୋଢ଼, ମାଲିସିରା ସରପଞ୍ଚ ଦେବରାଜ ପାତ୍ର, ତେନ୍ତୁଳୀଖୁଣ୍ଟି ନାଏବ ସରପଞ୍ଚ ରୁଷ ନାଗ, କୈବଲ୍ୟ ବେହେରା, ଟୁନିଆ ପାଣିଗ୍ରାହୀ, ଲାଲୁ ପୁଟେଲ, ଜାତୀୟ ରେସଲର ମାଧବ ସୁନା, ପିତାମ୍ବର ବାଗ, ଭବେଶ ରତେଇ ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ପରିଚାଳନା କରିଥିଲେ ପ୍ରଦୀପ ମାଝୀ ଓ ଲକ୍ଷ୍ମଣ ମାଝୀ । କମେଣ୍ଟ୍ରି କରିଥିଲେ ଅନଙ୍ଗ ବେହେରା, ପିଣ୍ଟୁ ମହାନ୍ତି, ଡିଲେଶ୍ୱର ବେହେରା ଓ ନିପନ ବେହେରା । ଆୟୋଜକ କମିଟିର ସଭାପତି ଅଶୋକ ବେହେରା, ଯୋଦ୍ଧାଜିତ, ଲୁକେଶ, ଦଶରଥ, ମନୋଜ, ପ୍ରଦୀପ, ଲଳିତ ମହାନ୍ତି, ଲଳିତ ଜାନି, ପ୍ରମେଷ୍ଟି, ସାଧୁ, ଆଲୋକ, ଗଣେଶ, ପ୍ରେମ ଓ ଦୁଷ୍ମନ୍ତଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।