ଆଟଗାଁ ସ୍ଥିତ ସହିଦ ଧର୍ମସିଂ ମାଝୀ ମାନ୍ଧାତାଙ୍କ ସ୍ମୃତି ପୀଠରେ ପୁଡାପାଟ ଯାତ୍ରା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଟଗାଁ ସ୍ଥିତ ସହିଦ ଧର୍ମସିଂ ମାଝୀ ମାନ୍ଧାତାଙ୍କ ସ୍ମୃତି ପୀଠ ଠାରେ ପ୍ରସିଦ୍ଧ ପୁଡାପାଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତା.୨୯.୦୯.୨୫ରେ ନିଶିଯାତ୍ର, ତା.୩୦.୦୯.୨୫ରେ ଛତର ଯାତ୍ର ହେବା ପରେ ତା.୦୧.୧୦.୨୫ରୁ ତା.୭.୧୦.୧୫ (ମଙ୍ଗଳବାର) ପର୍ଯ୍ୟନ୍ତ ପୁଡାପାଟ ପୂଜା ପ୍ରତ୍ୟହ ଚାଲିଥିଲା ଏବଂ ତା.୦୭.୧୦.୨୫ରେ ଉଦଯାପନୀ ହେଲା । ପୂଜା ପରିଚାଳନା କରିଥିଲେ ଉତ୍କଳ କନ୍ଧ ସମାଜ ମାଝି ପ୍ରଗଣା । ସଭାପତି ଆର୍କିନ୍ଦ୍ରି ମାଝୀ, ସହଯୋଗୀ ଆଦିବାସୀ ଅଧିକାର ମହାସଂଘର ସଭାପତି ମୟ ପ୍ରଧାନୀ ଏହି କାର୍ଯ୍ୟକ୍ରମ କରିଥିଲେ । ମୁଖ୍ୟ କର୍ତ୍ତା ଚମାର ସିଂ ଭୋଇ ଏବଂ ତାଙ୍କର ପତ୍ନୀ ସବିତା ଭୋଇ ରହିଥିଲେ । ମୁଖ୍ୟ ପୂଜକ ସୋମନାଥ ଦେହେରିଆ, ଛତ୍ରିଆ କଳାକାହ୍ନୁ ମାଝି, ବରିହା ଗଣ୍ଡ, ଧରୁଆ ଜଗଦିଶ କୁଅଁର, ଅନନ୍ତା ହେହେରିଆ, ସୁଶାନ୍ତ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ କାଲସାଏ, ହରେକୃଷ୍ଣ ନାଗ, ସୁକେଶ କୁଅଁର, ଆକୁଳ ମଲ୍ଲିକ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.