ମଦନପୁର ଆଦର୍ଶ ମହିଳା ମହାସଂଘରେ ଭିଜନ ଓ ନଥିପତ୍ର ପରିଚାଳନା ଉପରେ ଚାରି ଦିନିଆଁ କର୍ମଶାଳା ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପଞ୍ଚାୟତସ୍ତରୀୟ ଆଦର୍ଶ ମହିଳା ମହାସଂଘ ଦ୍ୱାରା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ ତତ୍ୱାବଧାନରେ ୧୯ ତାରିଖରୁ ଆରମ୍ଭ ହୋଇଥିବା ଭିଜନ ଓ ନଥିପତ୍ର କର୍ମଶାଳା ଆଜି ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । କର୍ମଶାଳାରେ ୯ ଗୋଟି ଆଞ୍ଚଳିକ ମଞ୍ଚ ୧୮ ଜଣ କାର୍ଯ୍ୟକାରୀ ସଦସ୍ୟା ସହ ମହାସଂଘ ସଭାନେତ୍ରୀ ସନ୍ତୋସିନୀ ଭୋଇ, ସମ୍ବାଦିକା ମିରାବାଇ ସିଂ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲାସ୍ତରୀୟ ତାଲିମଦାତ୍ରୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର ଓ ସରୋଜିନୀ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଆଜି ଶେଷ ଦିନରେ ଜିଲ୍ଲା ପରାମର୍ଶଦାତ୍ରୀ ତଥା ରାଜ୍ୟସ୍ତରୀୟ ତାଲିମଦାତ୍ରୀ ପ୍ରିୟଦର୍ଶିନୀ ଯୋଶୀ, ଉଦ୍ୟାନ ବିଭାଗର ଅଧିକାରୀ ଶିଶିର ସାହୁ ଓ ଜଙ୍ଗଲ ବିଭାଗରୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ଅଲାତରା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଏମ୍‌ବିକେ ମମିତା ସାହୁ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନା ଓ ଲିଙ୍ଗଗତ ଭେଦଭାବ ଉପରେ ଆଲୋଚନା ଓ ସଚେତନ କରିଥିଲେ । ମଦନପୁର ସିଓଇ ଏମବିକେ ମୋହନପ୍ରିୟା ଭୋଇ ସମସ୍ତ କର୍ମଶାଳାର ଦାୟିତ୍ୱ ନେବା ସହ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.