ଆଠଗାଁ ହାଇସ୍କୁଲରେ ପୁଇଁତଲା ବ୍ଲକ ଖୋ-ଖୋ ଚୟନ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଠଗାଁ ହାଇସ୍କୁଲ ଠାରେ ପୁଇଁତଲା ବ୍ଲକ ଶିକ୍ଷାବିଭାଗ ଦ୍ୱାରା ମହିମୁଣ୍ଡା ଜୋନ, ଛତାପିପଲ ଜୋନ, ବହଲପଦର ଜୋନ ଓ ବିଲେଇସର୍ଡା ଜୋନର ପ୍ରାୟ ୧୦୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବ୍ଲକ ଖୋ-ଖୋ ଟିମ ଗଠନ ନେଇ ଏକ ଉଦଘାଟନୀ ସଭା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ରୋହିତ କୁମାର ଯୋଷୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁଇଁତଲା ଗୋଷ୍ଠି ଶିକ୍ଷାଧିକାରୀ ରତ୍ନମୟୀ ପୁରୋହିତ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗିର ଜିଲ୍ଲାର ଖୋ-ଖୋ ଖେଳର ଉଦ୍ୟୋକ୍ତା ପଦ୍ମ ଚରଣ ଦାସ ଓ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ । ଖେଳର ବିଶେଷତ୍ୱ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ କୁମାର ନାଗ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭାଲେର ହାଇସ୍କୁଲ ଖେଳ ଶିକ୍ଷକ ହେମନ୍ତ ପଧାନ । ଧନ୍ୟବାଦ ଦେଇଥିଲେ ଶିକ୍ଷକ ସନାତନ ବାଗ । ଖେଳ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ସ୍ଥାନୀୟ ଖେଳ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ରାଉତ, ଖେଳ ଶିକ୍ଷକ ବୁଦ୍ଧିରାଜ ବିଶ୍ଵାଳ, ଦେବୀ ପ୍ରସାଦ ରାଉତ, ଯଶୋବନ୍ତ ନାଏକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସୂଚାରୁ ରୂପେ ଦାୟିତ୍ୱ ତୁଲାଇ ଥିଲେ । ପୁଇଁତଲା ଗୋଷ୍ଠି ଶିକ୍ଷା ଅଧିନସ୍ଥ ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.