centurian jitm

ନୟାପାଲିରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦଯାପିତ

nschool

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହାପବିତ୍ର ଚଡ଼କ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ତେରଜଣ ଭକ୍ତ ସହିତ ଦୁଇ ଜଣ ଉପବେତ ଧାରୀ ଭକ୍ତ ଉପବାସ ବ୍ରତ ଧାରଣ କରି ତେର ଦିନପରେ କଞ୍ଚନେଶ୍ୱର ମନ୍ଦିର ନିକଟରେ ସକାଳ ନିଆଁ ପାଟ ପର୍ବ ସାରି ଅପରାହ୍ନରେ ହାତକାଣ୍ଡ ପୋଖରୀ ଓ ମାଆ ବାଡ୍ରାଜ ଚଣ୍ଡିଙ୍କ ନିକଟରେ ପାଟ ଉତ୍ସବ ପାଳନ କରିଥିଲେ । ସଂଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଦେହରେ କଣ୍ଟାମାରି ବାଦ୍ୟକାର ସହିତ ବିରାଟ ପଟୁଆରରେ ରୋସଣି କରି ପୁଣି ବାବା କଞ୍ଚନେଶ୍ୱରଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ଏଥିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ବାବା କଞ୍ଚନେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସହିତ ଥମ୍ବି କାଠରେ ନିଜର ମାନସିକ ବ୍ରତ ବାନ୍ଧି ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.