ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ଉଦ୍‌ଯାପିତ

  • ଭେଟେରାନ୍‌ରେ ସଂଗ୍ରାମ ଓ ମହିଳା ସିଙ୍ଗିଲରେ ସଂପଦାଙ୍କୁ ତ୍ରିମୁକୁଟ
  • ବଲାଙ୍ଗିର ବ୍ୟାଡମିଣ୍ଟନର ହବ୍‌ ହେବ – ନରସିଂହ
  • ସଂପଦା, ସଂଗ୍ରାମ ଓ ଦିବ୍ୟମ ବର୍ଷର ଶ୍ରେଷ୍ଠ ଖେଳାଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ୪ଦିନ ଧରି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଦିବସରେ ବଲାଙ୍ଗିରର ପୂର୍ବତନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସେ କହିଥିଲେ ବଲାଙ୍ଗିରରେ ବ୍ୟାଡମିଣ୍ଟନର ଭିତ୍ତିଭୂମି ସର୍ବୋତ୍ତମ ଅଟେ । ଆମ ଜିଲ୍ଲା ଏହି ଭିତ୍ତିଭୂମି ସହାୟତା ନେଇ ଆଗାମୀ ଦିନରେ ବ୍ୟାଡମିଣ୍ଟନର ହବ୍‌ ହେବାକୁ ଯାଉଛି । ଏହାର ଆହୁରି ଉନ୍ନତି ପାଇଁ ଅନେକ ଯୋଜନା କରାଯାଇଥିଲା କିନ୍ତୁ ଗତ ସରକାରରେ ସେସବୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଲା । ମୋର ବିଶ୍ୱାସ ବର୍ତ୍ତମାନର ରାଜ୍ୟ ସରକାରରେ ଜିଲ୍ଲାର ଦୁଇ ଦୁଇଟି ମନ୍ତ୍ରୀ ଅଛନ୍ତି । ତାଙ୍କର ସହାୟତାରେ ଏହି ଇଣ୍ଡୋର ଷ୍ଟାଡିୟମକୁ ଆହୁରି ଉନ୍ନତ କରିବା ପାଇଁ ଦରକାର ଥିବା କାମକୁ ସମ୍ପୂର୍ଣ୍ଣ କରାଯିବ । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ବିଭାଗରେ ସଂପଦା ମହାନ୍ତିଙ୍କୁ ଓ ମାଷ୍ଟରରେ ସଂଗ୍ରାମ ବେହେରାଙ୍କୁ ତ୍ରିମୁକୁଟ ମିଳିଛି । ସମୁଦାୟ ୪ଟି କୋର୍ଟରେ ପ୍ରାୟ ୩୦ରୁ ଅଧିକ ମ୍ୟାଚ୍‌ ଖେଳା ଯାଇଥିଲା । ଆଜି ଅନୁଷ୍ଠିତ ବିଭିନ୍ନ ବୟସ ବର୍ଗ ମ୍ୟାଚ୍‌ମାନଙ୍କରେ ଯଥାକ୍ରମେ ୯ ବୟସ ବର୍ଗ ସିଙ୍ଗଲରେ ସମର୍ଥ ପାଢି ବିଜେତା ଓ ଅର୍ଣ୍ଣବ ସାହୁ ଉପ-ବିଜେତା, ୧୧ ବୟସ ବର୍ଗ ବାଳକ ସିଙ୍ଗଲରେ ଜି. ଗୌତମ ବିଜେତା ଓ ଅଦ୍ୟୁତ କର ଉପବିଜେତା, ୧୧ ବୟସ ବର୍ଗ ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଓ ଆଦ୍ୟାସା ଅଗ୍ରୱାଲ ଉପବିଜେତା, ୧୩ ବୟସ ବର୍ଗ ବାଳକ ସିଙ୍ଗଲରେ ସାଇ ଚନ୍ଦନ ମହାନ୍ତି ବିଜେତା ଓ ଜି. ଗୌତମ ଉପବିଜେତା, ୧୩ ବୟସ ବର୍ଗ ଡବଲ୍ସରେ ସାଇ ଚନ୍ଦନ ମହାନ୍ତି ଏବଂ ସାଇ ଅର୍ପିତ ଖମାରି ବିଜେତା ଓ ଘତିକ ପଟେଲ ଏବଂ ସାଇ ଆୟୁଷ ପୁରୋହିତ ଉପବିଜେତା, ୧୩ ବୟସ ବର୍ଗ ବାଳିକା ସିଙ୍ଗଲରେ ତମନ୍ନା ସାହୁ ବିଜେତା ଓ ଶୁଭସ୍ମିତା ଛତ୍ରିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ସିଙ୍ଗଲରେ ଶ୍ରେୟାଂଶ କେଜିରିୱାଲ ବିଜେତା ଓ ବିଜୟ ଗୁଡିଆ ଉପବିଜେତା, ୧୫ ବୟସ ବର୍ଗ ବାଳକ ଡବଲ୍ସରେ ଆରୁଶ ପଧାନ ଓ ବିଜୟ ଗୁଡିଆ ବିଜେତା ଓ ପ୍ରିୟମ ପଣ୍ଡା ଓ ନିଗମାନନ୍ଦ ସାହୁ ଉପ-ବିଜେତା, ୧୫ ବୟସ ବର୍ଗ ବାଳିକା ସିଙ୍ଗଲରେ ଶୁଭସ୍ମିତା ଛତ୍ରିଆ ବିଜେତା, ତମନ୍ନା ସାହୁ ଉପବିଜେତା, ୧୭ ବୟସ ବର୍ଗ ବାଳକ ସିଙ୍ଗଲରେ ଦିବ୍ୟାମ୍‌ କେଜ୍ରିୱାଲ ବିଜେତା ଓ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୭ ବୟସ ବର୍ଗ ବାଳକ ଡବଲ୍ସରେ ଲୋକେଶ ବେହେରା ଓ ଆଶୁତୋଷ ଚକ୍ରବର୍ତ୍ତି ବିଜେତା ସାଇପିୟୁଷ ପୁରୋହିତ ଏବଂ ବିନିତ କୁମାର ନାଏକ ଉପବିଜେତା, ୧୭ ବୟସ ବର୍ଗ ବାଳିକା ସିଙ୍ଗଲସରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ସିଙ୍ଗଲରେ ଜଏସ୍‌ ଅଗ୍ରୱାଲ ବିଜେତା ଏବଂ ଶ୍ରେୟାଂଶ କେଜ୍ରିୱାଲ ଉପବିଜେତା, ୧୯ ବୟସ ବର୍ଗ ବାଳକ ଡବଲ୍ସରେ ରୁପେଶ ବେହେରା ଓ ଶ୍ରିତମ ପ୍ରଧାନ ବିଜେତା, ପିୟୁଷ ନାଗ ଓ ସର୍ବେଶ୍ୱର ପୋଡ ଉପବିଜେତା, ୧୯ ବୟସ ବର୍ଗ ବାଳିକା ସିଙ୍ଗଲରେ ସଂପଦା ମହାନ୍ତି ବିଜେତା ନନ୍ଦିନିଲାଲ ଉପବିଜେତା, ପୁରୁଷ ସିଙ୍ଗଲରେ ଦିବ୍ୟମ କେଜ୍ରିୱାଲ ବିଜେତା ଜୟସ ଅଗ୍ରୱାଲ ଉପବିଜେତା, ମାଷ୍ଟର ୩୫ ବୟସ ବର୍ଗ ସିଙ୍ଗଲରେ ଥବିର ସାହୁ ବିଜେତା ମନୋରଂଜନ ବେହେରା ଉପବିଜେତା, ମାଷ୍ଟର ୩୫ ବର୍ଗ ବୟସ ଡବଲ୍ସରେ ଥବିର ସାହୁ ଓ ମନୋରଂଜନ ବେହେରା ବିଜେତା ଶୋଭାଚନ୍ଦ୍ର ମେହେରା ଓ ସୂର୍ଯ୍ୟ ପ୍ରଧାନ ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ସିଙ୍ଗଲରେ ମନୋରଂଜନ ବେହେରା ବିଜେତା ପୂର୍ଣ୍ଣଚନ୍ଦ୍ର ମେହେର ଉପବିଜେତା, ମାଷ୍ଟର ୪୦ ବୟସ ବର୍ଗ ଡବଲ୍ସରେ ପୂର୍ଣ୍ଣଚନ୍ଦ୍ର ପଟେଲ ଓ ସୁମନ୍ତ ନାଏକ ବିଜେତା କବି ଚନ୍ଦ୍ର ଠାକୁର ଓ ଦିବ୍ୟଲୋଚନ ଦାଶ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ସିଙ୍ଗଲରେ ସୁମନ୍ତ ନାଏକ ବିଜେତା ବିନୋଦ ବିହାରି ପଟେଲ ଉପବିଜେତା, ମାଷ୍ଟର ୪୫ ବୟସ ବର୍ଗ ଡବଲ୍ସରେ ଡି.କେ ବାରିକ ଏବଂ ସଂଗ୍ରାମ ବେହେରା ବିଜେତା ସୁମନ୍ତ ନାଏକ ଏବଂ ପ୍ରଶନ୍ନ ଖମାରି ଉପବିଜେତା, ୫୦ ବୟସ ବର୍ଗ ସିଙ୍ଗଲରେ ସଂଗ୍ରାମ ବେହେରା ବିଜେତା ଏବଂ ଡିକେ ବାରିକ ଉପବିଜେତା, ୫୦ ବୟସ ବର୍ଗ ଡବଲ୍ସରେ ସଂଗ୍ରାମ ବେହେରା ଓ ଡିକେ ବାରିକ ଓ ରୋଶନ ଜୈନ ଓ ଡା. ବେଣୁଧର ପାଣ୍ଡେ ଉପବିଜେତା, ମାଷ୍ଟର ୫୫ ବୟସ ବର୍ଗ ଡବଲ୍ସରେ ଘନଶ୍ୟାମ ମିଶ୍ର ଓ ଡା. ବେଣୁଧର ପାଣ୍ଡେ ବିଜେତା ରୋଶନ ଜୈନ ଓ ହାବିଲ ନାଏକ ଉପବିଜେତା, ମାଷ୍ଟର ୫୦ ବୟସ ବର୍ଗରେ ସଂଗ୍ରାମ ବେହେରା ଚମ୍ପିୟାନ, ମହିଳା ସିଙ୍ଗଲ ବୟସ ବର୍ଗରେ ସଂପଦା ମହାନ୍ତି ବିଜେତା ଓ ଦୟା ପଟେଲ ଉପବିଜେତା, ପୁରୁଷ ଡବଲ୍ସରେ ଏନ୍‌. ସୁରେନ୍ଦ୍‌ ଓ ମାନଭଞ୍ଜନ ନାଏକ ବିଜେତା, ଦିବ୍ୟମ କେଜ୍ରିୱାଲ ଓ ଜୈଶ ଅଗ୍ରୱାଲ ଉପବିଜେତା ହୋଇଥିଲେ । ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସଂପଦା ମହାନ୍ତି, ସଂଗ୍ରାମ ବେହେରା ଓ ଦିବ୍ୟମ କେଜ୍ରିୱାଲ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ରାଜ୍ୟ ଚାମ୍ପିୟାନସିପ୍୍‌ରେ ଚାମ୍ପିୟାନ ହୋଇଥିବା ୯ ବର୍ଷର ଖେଳାଳି ସମର୍ଥ ପାଢୀ ଓ ୧୧ ବର୍ଷ ପାଢି ଜି. ଗୌତମ, କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ଦଳରେ ସ୍ଥାନୀତ ନନ୍ଦିନିଲାଲ, ପିୟୁଷ ନାଗ ଓ ବୈଭବ ସାହୁଙ୍କୁ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରିଙ୍କ ନେତୃତ୍ୱରେ ଆୟୋଜିତ ଏହି ଚାମ୍ପିୟାନ୍‌ସିପ୍‌ରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ, ତୁଷୁରା, କଣ୍ଟାବାଞ୍ଜି, ଟିଟିଲାଗଡ ସହ ଅନ୍ୟାନ୍ୟ ଅଂଚଳର ବିଭିନ୍ନ ବୟସ ବର୍ଗର ପ୍ରାୟତଃ ୩୦୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଭୟ ବାଳକ, ବାଳିକା ସବ୍‌ଜୁନିୟର, ଜୁନିୟର, ପୁରୁଷ ଓ ମହିଳାଙ୍କ ସମେତ ଭେଟେରାନ ବୟସ ବର୍ଗରେ ସିଙ୍ଗଲ ଓ ଡବଲ୍ସ ଚ୍‌ମ୍ପିୟାନ୍‌ସିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ସୁଧିର ପଣ୍ଡା, ସନ୍ଦିପ ସାହାଣି, ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚାମ୍ପିୟାନ୍‌ସିପ୍‌କୁ ସମୁଦାୟ ୧୨ ଜଣ ଅଫିସିଆଲ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଶୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସୌରଭ ପ୍ରଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଲ, କବି ଠାକୁର, ବିରେନ୍ଦ୍ରଲାଲ, ଆକ୍ରମ ଖାନଙ୍କ ସହ ଚିପ୍‌ ରେଫରି ହେମନ୍ତ ପ୍ରଧାନ, ଡେପୁଟି ଚିପ୍‌ ରେଫରି ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଖେଳ ଦେଖିବା ପାଇଁ ପ୍ରତ୍ୟେହ ଦର୍ଶକଙ୍କ ଭିଡ ଲାଗି ରହୁଛି ।

Leave A Reply

Your email address will not be published.