jayashree

‘ନୂଆ-ଓ’ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତରଫରୁ ‘ନୂଆ-ଓ’, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଓ ଜଗନ୍ନାଥ ସଂସ୍କୃତିର ମହାନତା ଓ ତାର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟାପକ ରଶ୍ମିରଂଜନ ସ୍ୱାଇଁଙ୍କର ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରା ସଭାପତିତ୍ୱ କରିଥିଲେ । ଇତିହାସ ଏବଂ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଛାତ୍ର ପ୍ରତିନିଧି ରିତେଶ କୁମାର ଖମାରୀ ଓ ମିନା ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥ ସଂସ୍କୃତିର ମହାନତା, ଉତ୍ତତ୍ତର କୋଶଳ ସହିତ ଜଗନ୍ନାଥଙ୍କର ସମ୍ପର୍କ, ଓଡ଼ିଆ ଜାତିର ଇତିହାସ ସହିତ ପ୍ରଭୁ ଜଗନ୍ନାଥ କିପରି ଓତଃପ୍ରୋତ ଭାବରେ ଜଡିତ ସେ ସମ୍ପର୍କରେ ବିଶିଷ୍ଟ ଆଲୋଚକ ଭାବରେ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ମିଶ୍ର ଓଜସ୍ୱିନୀ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଗତ ୧୮ ତାରିଖରୁ ଅରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପକ ନରୋତ୍ତମ ପଣ୍ଡା ମଂଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ନୀଳେଶ କୁମାର ପାରେଖ, ମହମ୍ମଦ ସଲ୍‌ମନ୍ ଖାନ, ହେମନ୍ତ କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ରଣା, ଅଧ୍ୟାପିକା ବବିତା ଦାଶ, ସୁନୀତା ଦାସ ଏବଂ ଅଣ ଶିକ୍ଷକ କର୍ମଚାରୀ ସୁଧାଂଶୁ ବାରିକ, କ୍ଷୀରୋଦ ଶେଖର ପୁଟେଲ୍, ଉମେଶ ତରିଆ, ଯୁଗଳ କିଶୋର ବେହେରା, ରିଖିରାମ ପୁଟେଲ୍, ମୁରଲୀଧର ପୁଟେଲ୍, କଳ୍ପନା ମେହେର ପ୍ରମୁଖ ସହଯୋଗ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.