୧୬ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡା ଠାରେ ୧୬ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡାର ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ପରିଚାଳନା କମିଟିର ସଭାପତି ଶ୍ୟାମ ସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଉତ୍ସବର ଲକ୍ଷ୍ୟ ତଥା ବିବରଣୀ ପାଠ କରିଥିଲେ । ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ କ୍ରୀଡା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମୟାନୁବର୍ତ୍ତିତା, ଉଚ୍ଚାକାଂକ୍ଷୀ, ଅନ୍ତର୍ନିହିତ ଗୁଣର ବିକାଶ କରିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦୁର୍ବାଦଳ ମିଶ୍ର, ବନ୍ଧପଡା ସରପଞ୍ଚ ଗାୟତ୍ରୀ ଦୋରା, ସମିତିସଭ୍ୟା ନୀରିମା ଅମାତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପରିଚାଳନା କମିଟିର ସଭ୍ୟ ବୃନ୍ଦାବନ ନାଏକ, ବିଦ୍ୟାଳୟର କିରାଣୀ ଅଜିତ କୁମାର ଗୁରୁ, ସୁଧୀର ଅମାତ, ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ବାଳକ ଓ ବାଳିକା ବର୍ଗରେ ୮ଟି ଲେଖାଏଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମେଡାଲ ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ବାଳିକା ବିଭାଗରେ ହଁନସିନି ବାଗ ଓ ବାଳକ ବିଭାଗରେ ପ୍ରେମରାଜ ବସ୍ତିଆ ବିଜୟୀ ହୋଇ ଚମ୍ପିୟାନସ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ସଭା ଶେଷରେ ସଂସ୍କୃତ ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.