ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ୭ ଦିନିଆଁ ଏନ୍ଏନ୍ଏସ୍ ଶିବିର ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ସନ୍ଧ୍ୟାରେ ଉଦ୍ଯାପନୀ ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା କେ.ଟି ରାଉତରାୟ ସଭାପତିତ୍ୱ କରିଥିବା ବେଳେ ଜର୍ଜଗଡ଼ ଗ୍ରାମର ନିମାଇ ନନ୍ଦ ହୋତା, ବଡ ଶତପଥି, ବିଭୁତି ମୁଣ୍ଡ ଯୋଗଦେଇ ଛାତ୍ରୀ ଓ ଛାତ୍ରମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ । ୫୦ ଜଣ ଛାତ୍ର ଛାତ୍ରୀ ୭ ଦିନ ଯାକ ବିଭିନ୍ନ ସ୍ଥାନରେ ସଫେଇ, ମାଗଣା ମଧୁମେହ ପରୀକ୍ଷା, ସଡ଼କ ସୁରକ୍ଷା, ନିରାପତ୍ତା ରେଲି, ନିଶା ନିବାରଣ ପାଇଁ ପଥପ୍ରାନ୍ତ ନାଟକ, ରକ୍ତ ପରୀକ୍ଷା ସହ ଜର୍ଜଗଡ଼ରେ ଘର ଘର ବୁଲି ସୁସ୍ଥ ଓ ନିରୋଗ ରହିବା ପାଇଁ ସଚେତନ କରାଇଥିବା କଥା ପ୍ରୋଗ୍ରାମ ଅଫିସର ଡାକ୍ତର ଯଶୋବନ୍ତ ସାହୁ ପ୍ରକାଶ କରିଥିଲେ । ସଭାରେ ଡାକ୍ତର ଅଭିରାମ ଠାକୁର, ଜଗବନ୍ଧୁ ମିଶ୍ର, ସୁରେନ୍ଦ୍ର ପଟେଲ, କାମିନୀ କର, ନଳିନୀ ଦାସ, ସଂଯୁକ୍ତା ସେନଗୁପ୍ତା, ଅଖିଳେଶ ସାହୁ, ମୋନାଲିସା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଡାକ୍ତର ମାନେ ଯୋଗ ଦେଇଥିଲେ । ପୋଷ୍ୟ ଗ୍ରାମ ଜର୍ଗଗଡ଼ରେ ମାସକୁ ଥରେ ଛାତ୍ରୀଛାତ୍ର ମାନେ ଗାଁରେ କେମ୍ପ କରିବା ପାଇଁ ଗ୍ରାମବାସୀ କହିଥିଲେ । ଶେଷରେ ସଭାପତି ଡ଼ା ରାଉତରାୟ ଧନ୍ୟବାଦ ଦେଇଥିଲେ ।
Prev Post