ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ନୃତ୍ୟ, ଚିତ୍ରାଙ୍କନ, ସ୍ପୋକେନ ଇଂଗ୍ଲିସ, କମ୍ପ୍ୟୁଟର ଇତ୍ୟାଦିର ଶିକ୍ଷା ତଥା ଆମୋଦ ପ୍ରମୋଦ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା । ଉଦ୍‌ଘାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡା ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରବି ଚନ୍ଦ୍ର ଉଦ୍‌ଗାତା ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପିକା ହିମାନୀ ତ୍ରିପାଠି, ଆଶା ଅନୁପ୍ରିୟା, ପ୍ରିତୀପଲ୍ଲବୀ ନିରୁପମା ଏବଂ ଶିକ୍ଷକମାନଙ୍କ ସାହାଯ୍ୟ ସହଯୋଗରେ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆକୁଳ ବେହେରା, ଜୟନ୍ତ ଶତପଥି, ସଂଯୁକ୍ତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାନପତ୍ର, ମେମେଣ୍ଟୋ, ମେଡାଲ ଦେଇ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପିକା ହିମାନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.