ସିଏମ୍‌ ଟ୍ରଫି ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍‌ ଚାମ୍ପିୟନସିପ୍‌ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡ଼ା ସଂସଦ ତଥା ଫାଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଥିଲା । ଅତିଥି ଭାବେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡ. ସିଦେ୍ଧଶ୍ୱର ମିଶ୍ର, ଗ୍ରାମାଞ୍ଚଳ କ୍ରୀଡ଼ା ସଂପାଦକ ସୁଧାଂଶୁ ସେଠ ଓ କ୍ରୀଡ଼ାବିତ ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ପ୍ରଥମ ଖେଳ (ସକାଳ)ରେ ସଇଁନ୍ତଲା ଏଫସି ୨-୧ ଗୋଲରେ ଦେଓଗାଁ ଏଫସିକୁ ହରାଇ ବିଜୟୀ ହେଲା । ଦ୍ୱିତୀୟ ଖେଳ (ଅପରାହ୍ନ)ରେ ବଲାଙ୍ଗିର ଏଫସି ୧-୦ ଗୋଲରେ ପାଟଣାଗଡ଼ ଏଫସିକୁ ହରାଇ ବିଜୟୀ ହୋଇଥିଲା । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇ ଥିଲେ । ଏହି ଖେଳକୁ ସଞ୍ଜନ କୁଦେଇ, ମଳୟ ଘିଭେଲା, ଧନେଶ୍ୱର ସେଠ, ନରସିଂସ୍ୱାମୀ ନାଇଡୁ, ଜିତେନ୍ଦ୍ର ପାତ୍ର, ଦୋଳଗୋବିନ୍ଦ ମୁଣ୍ଡା, ଯଶୋବନ୍ତ ମାଝୀ ଓ ସୁଦର୍ଶନ ସେଠ ପରିଚାଳନା କରିଥିଲେ ।

Leave A Reply

Your email address will not be published.