ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ଆଠଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆଠଦିବସୀୟ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ଥାନାର ସବ୍‌ଇନସ୍ପେକ୍ଟର ପ୍ରମୋଦ ପଧାନ, ସମ୍ମାନିତ ଅତିଥି ରୂପେ ଥାନା ପିଏସଆଇ ଚକ୍ରଧର ମୁଣ୍ଡା ଓ ଦକ୍ଷ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ସରିତା ରଣା ତାଲିମ ଶିବିରର ସଂଯୋଜିକା ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ଛାତ୍ରୀମାନେ ନିଜେ ନିଜର କିପରି ଆତ୍ମ ସୁରକ୍ଷା କରିପାରିବେ ସେହି କୌଶଳ ବିଷୟରେ ବିଷଦ ଭାବେ ଆଲୋଚନା ତଥା ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ୭୮ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମରେ ଅଧ୍ୟାପକ ଶରତ ପଧାନ, ଫାଲଗୁନି ଦାସ, ଚନ୍ଦ୍ରିକା ସାହୁଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଅଧ୍ୟାପକ ଭ୍ରୀଙ୍ଗରାଜ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୋମେଶ ଦତ୍ତ ହୋତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.