କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିର ୫ଟି ନୂତନ ଥାନା କୋଠା ଉଦଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଜ୍ୟର ନବ ନିର୍ମିତ ଥାନା କୋଠା ଗୁଡିକୁ ଅଭାଷୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ପାଞ୍ଚଟି ନବ ନିର୍ମିତ ଥାନା କୋଠା କେସିଙ୍ଗା, କଲମପୁର, କେଗାଁ, କର୍ଲାପାଟ ଏବଂ ନର୍ଲା ଥାନାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ସମାରୋହରେ କଲମପୁରରେ ଜୁନାଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବାର୍ଷିତା ଆଡେପୁ ଉପସ୍ଥିତ ଥିଲେ । କଲମପୁର ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କଲମପୁର ଥାନା ଅଧିକାରୀ ବିଶ୍ୱମ୍ବର କଅଁର, ନୂତନ ଥାନା ଅଧିକାରୀ ସୁନିଲୋ କନ୍ଦାଗୋରୀ, ଜୟପାଟଣା ଥାନା ଅଧିକାରୀ ଅର୍ଚ୍ଚନା ନାୟକ, ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ, ଏସଆଇ ଶିବ ଶଙ୍କର ମହାନ୍ତି ଏବଂ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.