ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • ବିଏସ୍‌ଏଫ୍‌ ସୋନପୁର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ ବଲାଙ୍ଗିର ଲୋକସଭା ସଦସ୍ୟ ତଥା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡାର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଉଦ୍‌ବୋଧନ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପେଯରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଯୋଗଦେଇଥିଲେ । ଉଦ୍‌ଘାଟନୀ ମ୍ୟାଚରେ ବି.ଏସ୍‌.ଏଫ୍‌ ସୋନପୁର ୧-୦ ଗୋଲରେ ରାଜବୋଡାସମ୍ବର ପଦ୍ମପୁରକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦେବାଶିଷ ବାଗ, ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର ଓ ସଂଜୀବ ମହାରଣା ପରିଚାଳନା କରିଥିବା ବେଳେ କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ଗାୟିତ୍ରୀ ଭୋଇ, ଦମୟନ୍ତୀ ବାଗ, ଶମ୍ଭୁ ନାଗ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘନ ସିଂହ ଓ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଭୁପେନ୍ଦ୍ର ସିଂ ଏବଂ ସମସ୍ତ କାଉନସିଲର ତଥା ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପୂର୍ବତନ ଖେଳାଳି ଭାବଗ୍ରାହୀ ରଥ ଓ ଶୁଭ୍ରାଂଶୁ ଶେଖର ଅମାତଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ସମ୍ମାନିତ କରିଥିଲେ । ସୋନପୁର ଦଳର ମିଥୁନ ସାହୁଙ୍କ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ସୋମବାର ସୁନ୍ଦରଗଡ ମୋଟୁ କ୍ଲବ ବନାମ ବରଗଡ କଦଳୀପାଲି ଦଳ ମଧ୍ୟରେ ଖେଳ ହେବ ବୋଲି କମିଟିର ସଂପାଦକ ସାଗର ସଂଗମ ଶତପଥି ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.