ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍କୁଲ ମାନଙ୍କର ଆର୍ଥିକ ଦିଆନିଆ ସ୍ୱଚ୍ଛଳ ଓ ସୁଗମ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଡିଜିଗେଭର୍ମେଣ୍ଟ ପ୍ରଶିକ୍ଷଣ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକା ସାଙ୍ଗରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ସଭାରେ ସଭାପତିତ୍ୱ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ବରିଷ୍ଠ ଶିକ୍ଷକ ଅଭିଳାଷ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ । ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡିଜିଗଭର୍ମେଣ୍ଟକୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନି ସାହୁ, ଏ. ବି. ଇ ଓ ରାମ ସିଂ ଭୋଇ, ସାଧନକର୍ମୀ ରୂପକ ସାହୁ ଓ ହେମନ୍ତ ଛୁରା ମଞ୍ଚାସୀନ ଥିଲେ । ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିଲେ । ଦୁଇଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ସାଧନ କର୍ମୀ ରୂପକ ସାହୁ, ହେମନ୍ତ ଛୁରା, ଶ୍ରୀମତୀ ନବନିତା ସେଠ, ନେତ୍ରାନନ୍ଦ ସାହୁ, ଜଗନ୍ନାଥ ବେହେରା ଓ ପ୍ରେମସାଗର ପଧାନ ପ୍ରଶିକ୍ଷଣ ଦେବେ ।
Prev Post