oom

ଅସ୍ଥାୟୀ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଅସ୍ଥାୟୀ କ୍ଷୁଦ୍ର ପ୍ରଦର୍ଶନୀ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଡାଃ ମହେଶ୍ଵର ସ୍ଵାଇଁ‌ଙ୍କ ଦ୍ଵାରା ଆଜି ପୂର୍ବା‌ହ୍ନ ୧୧.୪୫ ସମୟରେ ଜିଲ୍ଲା ପରିଷଦ ଅଫିସ ତଥା ଜିଲ୍ଲା ଏସଏଚଜି ଦୋକାନ ଘର ପାଖରେ ଉଦ୍‌ଘାଟନ ହେଇଯାଇଛି । ଏହି କାର୍ୟକ୍ରମରେ ଓରମାସ ଯୁଗ୍ମ କାର୍ୟ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଳା ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକ ମିଶନ କମଲେନ୍ଦୁ ପଲ, ଡିଆଇପିଆରଓ ଜୟଦେବ ପାଣିଗ୍ରାହୀ, ମିଶନ ଶକ୍ତି କାର୍ୟକର୍ତା, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଜିଲ୍ଳାର ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କ୍ଷୁଦ୍ର ପ୍ରଦର୍ଶନୀଟି ୨୭.୦୨.୨୦୨୧ ରୁ ୦୫.୦୩.୨୦୨୧ ପର୍ୟ୍ୟନ୍ତ ସାତ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ସମୁଦାୟ ୯ ଟି ଷ୍ଟଲ କରାଯାଇଛି ଓ ୧୧ ଟି ସ୍ଵୟଂ ସହାୟକ ଦଳ ଅଂଶଗ୍ରହଣ କରିଛନ୍ତି ।ଉକ୍ତ କ୍ଷୁଦ୍ର ପ୍ରଦର୍ଶନୀର ମୁଖ୍ୟ ଉଦ୍ୟେଶ୍ୟ ହେଲା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍ଵୟଂ ସହାୟକ ଦଳ ଏବଂ କୁଶଳୀ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ, ସମ୍ବଲପୁରୀ ହାଣ୍ଡଲୁମ, ଟେରାକୋଟା, ଡାଲି, ମସଲା ଜାତୀୟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ଗୋଟିଏ ସ୍ଥାନରେ ସର୍ବସାଧାରଣ ପାଇପାରିବେ ।

jittmm
Leave A Reply

Your email address will not be published.