ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଧୂରିଆପଡା ଅଙ୍କ ଫାଣ୍ଡେସନ୍‌ର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଗଣିତ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ ସଭାପତିତ୍ୱ କରି ଗ୍ରାମାଞ୍ଚଳ ଗଣିତ ପ୍ରତିଭାର ବିକାଶରେ ଦେଶର ବିକାଶ ନିହିତ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦେଇ ଗ୍ରାମାଞ୍ଚଳର ଗଣିତ ପ୍ରତିଭାର ବିକାଶ ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସୁଫଳ ନେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ଡ଼. କେ. ଶ୍ରୀନିବାସ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗଣିତ ପ୍ରତି ରୁଚି ଉତ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଆଲୋଚକ ଭାବେ ଆଇଆଇଟି ଖଡ଼ଗପୁରର ଗଣିତ ପ୍ରଫେସର ଡ଼. ପ୍ରତିମା ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ମଂଚାସିନ ଥିଲେ । ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରାରୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ୮୦ ଜଣ ଛାତ୍ରଛାତ୍ରୀ ଗଣିତ କୌଶଳ ଉପରେ ଶିକ୍ଷା ଗ୍ରହଣ କରିଥିଲେ । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ଜଗତ ମଲ୍ଲିକ, ସମାଜ ସେବୀ ବିପ୍ର ସାହୁ, ରାମପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା, ଶିକ୍ଷକ ମିନକେତନ ମେହେର, ତିରୁପତି ମେହେର, ଧର୍ମେନ୍ଦ୍ର ହରିପାଳ, ନିର୍ମଳ ପାତ୍ର, ରବୀନ୍ଦ୍ରନାଥ ଜୁଆଡ଼ି, ଶିକ୍ଷୟିତ୍ରୀ ଲୀଳାବତୀ ମେହେର, ହେମାଙ୍ଗିନୀ ଦାସ, ନିରମା ମଞ୍ଜରୀ ପଣ୍ଡା, ଚନ୍ଦ୍ରକାନ୍ତି ପଧାନ, ତପସ୍ୱିନୀ ଦାସ, ସିଆର୍‌ସିସି ସୁରେଶ ପୂଜାରୀ, ରମେଶ ଭୋଇ, ସୁଧାଂଶୁ ସାହୁ, ଥବିର ଦୋରା, ନରେନ୍ଦ୍ର ପୁରୋହିତ, ସହାୟକ ବିଭୁତି ଗରୁଡ଼ ସହଯୋଗ କରିଥିଲେ ।

Leave A Reply

Your email address will not be published.