ବିଧାୟକ ସାଲୁଜାଙ୍କ ଦ୍ୱାରା ତୁରେକେଲା ବ୍ଲକସ୍ତରୀୟ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ବ୍ଲକସ୍ତରୀୟ ମିଶନ ଶକ୍ତି ଗୃହ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା, ଉପାଧ୍ୟକ୍ଷା ଧନମତି ଖୁରା, ଜିଲ୍ଲା ପରିଷଦ ସଭ୍ୟା ସମା ପରବିନ, ସଭ୍ୟ କୌଶିକ ମେହେର, ସମିତି ସଭ୍ୟ ପ୍ରମୋଦ ମହାପାତ୍ର ତୁରେକେଲା ବ୍ଲକ ସଦର ପଂଚାୟତ ସରପଂଚ ଜଳନ୍ଧର ମହାକୁଡ (ସମ୍ମାନିତ ଅତିଥି) ବିଡିଓ ଦେବାଶିଷ ସାମଲ, ସିଡିପିଓ, ଶିଶୁ ବିକାଶ ପ୍ରକଳ୍ପ (ବିଶିଷ୍ଟ ଅତିଥି) ଭାବେ ଯୋଗ ଦେଇଥିଲେ । ଏହି ଉଦ୍‌ଘାଟନୀ ଅବସରରେ ବ୍ଲକର ଶତାଧିକ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.