oom

ଏନ୍‌ଜିଓ ପାଇଁ ସଭା ଗୃହ ଏବଂ ଟ୍ରେନିଙ୍ଗ ସେଣ୍ଟର ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଦେବଦ‌ତ୍ତ କ୍ଲବ ତରଫରୁ ଅଂଚଳର ବିକାଶ ଏବଂ ଉନ୍ନତି ପାଇଁ ପଦକ୍ଷେପ ସହ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ସାହାଯ୍ୟ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଏବଂ ବିକାଶମୂଳକ ଆୟୋଜନକୁ ନେଇ କ୍ଲବର ସଦସ୍ୟଙ୍କୁ ଉତ୍ସାହିତ କରିବା ପଇଁ ନାବାଡ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ନୁତନ ସଭାଗୃହ ଏବଂ ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ କରାଯାଇଛି । ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ ତଥା ନାବାଡ ଏଜିଏମ ସରୋଜ କୁମାର ଜେନା ମୁଖ୍ୟ ଅତୀଥି ପୂର୍ବକ ଯୋଗ ଦେଇଥିବା ବେଳେ ଏବଂ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏହି ସଭା ଗୃହ ଏବଂ ପ୍ରଷିକ୍ଷଣ କେନ୍ଦ୍ରକୁ ଉଦ୍ଦଘାଟନ କରିବା ସହ କ୍ଲବର ଉତରୋତର ଉନ୍ନତି ପାଇଁ ଶୁଭେଚ୍ଛା ଦେଇଥିଲେ । ଏହା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ତରଫରୁ କରାଯାଉଥିବା ଛତୁ ଚାଷ, ବିକ୍ରି ମୁଳକ ସାମଗ୍ରୀ ତଥା ମାଣ୍ଡିଆ, ରାଶି, ଜୁଆର ଆଦିରେ ତିଆରି ବିଭିନ୍ନ ପଉଷ୍ଟିକ ଖାଦ୍ୟ ମାଣ୍ଡିଆର ଚା ଇତ୍ୟାଦିର ଷ୍ଟଲ ବୁଲିବା ସହ ଜିନିଷ ଗୁଡିକ ଚାଖି ଦେଖିବା ସହ ମାଣ୍ଡିଆ ଚା ର ମଜା ନେଇ ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମୟରେ କ୍ଲବର ସଦସ୍ୟ ମାନଙ୍କର ସହଯୋଗରେ କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.