ଛତ୍ରପୁରର ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମିନିଷ୍ଟାଡିୟମରେ ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଆନୁଷ୍ଠାନିକ ଉଦ୍‌ଘାଟିତ ହୋଇଛି । ଆୟୋଜିତ କୃଷିମେଳାରେ ଉନ୍ନତ ଧରଣର କୃଷି ଯନ୍ତ୍ରପାତି, ସାମଗ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅଭିନବ ପ୍ରୟାସ କରିବା ପୂର୍ବକ ଏକ ଆନୁଷ୍ଠାନିକ ସଭାର ଆୟୋଜନ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଏବଂ କୃଷି ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ କୃଷିର ଉନ୍ନତ ପ୍ରଣାଳୀ ସମ୍ପର୍କରେ କହି କୃଷକମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.