ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତସ୍ଥ ବୀରସିଂହୀ ମନ୍ଦିର ପରିସରରେ ଗୋପାଳ ସମାଜ ତେରସ୍ଥାନ ତାଳୁକା ସମାଜର ନୂତନ କୁଳଘର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷା ଶାଡି ଶାରଦା ରେଡ୍ଡୀ, ସହକାରୀ ଯନ୍ତ୍ରୀ ଲଗ୍ନଜିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଏହି କୁଳଘର ସମାଜର ଏକତା, ସହଯୋଗ ଏବଂ ପବିତ୍ର ପରମ୍ପରାକୁ ଆଗକୁ ନେବାର ଏକ ମଜବୁତ ସ୍ତମ୍ଭ ଭାବେ ପରିଣତ ହେବ ବୋଲି ସମାଜ ପକ୍ଷରୁ ଆଶାବ୍ୟକ୍ତ କରାଗଲା । ଗୋପାଳ ସମାଜର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ସମସ୍ତ ଅତିଥିଗଣ ଓ ଗୋପାଳ ସମାଜର କାର୍ଯ୍ୟକର୍ତ୍ତା ଧନ୍ୟବାଦ ଦେଇ ଉଦଘାଟନୀ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।