ଝାରସୁଗୁଡା ଗସ୍ତ ସମୟରେ ବିଏସଏନଏଲ୍ ୪ଜି ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଝାରସୁଗୁଡା ଠାରେ ସାରା ଭାରତ ବର୍ଷ ପାଇଁ ବିଏସ୍‌ଏନ୍‌ଏଲ୍ ୪ଜି ସେବାଉଦଘାଟନ କରିବାର କାର୍ଯ୍ୟକ୍ରମ ଅଛି । ବିଏସ୍‌ଏନ୍‌ଏଲ୍‌ ଦ୍ୱରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୪ଜି ମୋବାଇଲ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ଥିଲା । ପ୍ରାୟ୧ଲକ୍ଷ ସ୍ଥାନରେ ୪ଜି ସେବା ଉ-ଊକ୍ଟଞ କୋର୍, ତେଜସ୍ନେଟୱାର୍କ ଏବଂ ଟିସିଏସ୍‌ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ବିଏସ୍‌ଏନ୍‌ଏଲ୍ ୪ଜି ନେଟୱାର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ୍ଣ “ଆତ୍ମନିର୍ଭର” ୪ଜି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ଏବଂ ଏହି ସଫ୍ଟୱେର୍‌ରେ ୫ଜିକୁ ସହଜରେ ଅପଗ୍ରେଡ କରାଯାଇପାରିବ । ଏହା କେବଳ ଏହାର ପୁରୁଣା ଗ୍ରାହକମାନଙ୍କୁ ନୁହେଁ ବରଂ ଡିଜିଟାଲ୍‌ ଦୁନିଆ ସହିତ କେବେ ସଂଯୋଗ ହୋଇନଥିବା ଲକ୍ଷାଧିକ ଗ୍ରାହକଙ୍କୁ ସାରାଦେଶରେ ଦ୍ରୁତଗତି ସମ୍ପନ୍ନ ମୋବାଇଲ୍‌ ଇଣ୍ଟରନେଟ ସୁବିଧା ପ୍ରଦାନ କରିବ । ଡିବିଏନ୍ (ଡିଜିଟାଲ୍‌ ଭାରତନିଧି–ଯାହା ପୂର୍ବରୁ ୟୁଏସ୍‌ଓଏଫ୍ ଥିଲା) ମୋବାଇଲ ପ୍ରେଜେକ୍ଟରେ ବିଏସ୍‌ଏନ୍‌ଏଲ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ ପାଣ୍ଠି ବିଶିଷ୍ଟ ୪ଜି ସାଇଟ୍, ଅନ୍ୟଟି ଏସ୍‌ପି ମାଧ୍ୟମରେ ୪୭୨୩ ସାଇଟ ଅନ୍ତର୍ଭୁକ୍ତ, ଯାହା ଭାରତର ୨୬୭୦୭ ଦୂରଦୂରାନ୍ତ ଗ୍ରାମରେ ପ୍ରାୟ୨ମିଲିୟନ ପରିବାରକୁ ମୋବାଇଲ୍ ସେବା ସୁବିଧା ପ୍ରଦାନ କରିବ । ଓଡ଼ିଶାରେ, ବିଏସ୍‌ଏନ୍‌ଏଲ୍ ୨୪୭୨ଟି ଅପହଞ୍ଚ ଦୂରଦୂରାନ୍ତ ଗ୍ରାମକୁ ସେବା ପ୍ରଦାନ କରିବା ପାଇଁ ୧୬୬୫ଟି ଟାୱାର ନିର୍ମାଣ କରିସାରିଛି । ଦୃଢ ଆତ୍ମନିର୍ଭରଶୀଳତା ପାଇଁ ସମସ୍ତ ଟାୱାରଗୁଡ଼ିକୁ ସବୁଜ ନବୀକରଣୀୟ ସୌର ଶକ୍ତି ପ୍ରଣାଳୀରେ ସଜ୍ଜିତ କରାଯାଉଛି । ସ୍ୱଦେଶୀ ୪ଜି ନେଟୱାର୍କର ଶୁଭାରମ୍ଭ ସହିତ ଭାରତ ଏକ ମାଇଲ ଖୁଣ୍ଟ ହାସଲ କରିଛି ଯାହା ଏହାକୁ ଘରୋଇ ୪ଜି ଟେଲିକମ ଷ୍‌ଷ୍ଟାକ୍‌ ଥିବା କେବଳ ୫ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ କରିଛି । ସ୍ୱଦେଶୀ ୪ଜି ନେଟୱାର୍କର ପ୍ରଚଳନ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ଯାହା ଡିଜିଟାଲ ବିଭାଜନକୁ ଦୂର କରିବ ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ସହିତ, ବିଏସ୍‌ଏନ୍‌ଏଲ୍‌ର ୫ଜି ଅପଗ୍ରେଡ଼ ଏବଂ ଇଣ୍ଟିଗ୍ରେସନ ପାଇଁ ପଥ ପ୍ରଶସ୍ତ କରିବ ।

Leave A Reply

Your email address will not be published.