ଛତ୍ରପୁର ବିଧାୟକଙ୍କ ଦ୍ଵାରା ବଉଳଗାଁ ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବୁଲି ଦେଖିଥିଲେ । ବିଧାୟକ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଉଦ୍‌ଘାଟନ କରିଥିଲେ । ନନ୍ଦପଣ୍ଡାପଲ୍ଲୀ ଗ୍ରାମରୁ ବିଧାୟକଙ୍କୁ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା । ପ୍ରଥମେ ରୁକ୍ମିଣୀ ଗାଁ ବଜାର ଗୃହ, ଭାଗିରଥିପୁରର ଚନ୍ଦ୍ରଶେଖର ସଭା ମଣ୍ଡପ, ଦିବ୍ୟସିଂହପୁର ନୀଳକଣ୍ଠେଶ୍ଵର କଲ୍ୟାଣ ମଣ୍ଡପ ଓ ବଉଳଗାଁ ପଞ୍ଚାୟତ ଠାରେ ନିର୍ମିତ ସଦଭାବନା ସଭଗୃହ, ଦାସସାହି କୋଠାଘର ଓ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଓ କଲ୍ୟାଣେଶ୍ଵର କଲ୍ୟାଣମଣ୍ଡପ ପ୍ରମୁଖ ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ବିଧାୟକଙ୍କ ସହ ପୂର୍ବତନ ବିଧାନସଭା ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ, ବି.ସି.ସି. ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ପରିଡା, ୨୧ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ସରପଞ୍ଚ ପ୍ରତିମା ଦାସ, ସମିତିସଭ୍ୟ ରାମ ଚନ୍ଦ୍ର ପରିଡା, ନାଏବ୍ ସରପଞ୍ଚ ଅଶୋକ ମୁଦୁଲି ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ୱାର୍ଡ ସଭ୍ୟା ମଞ୍ଜୁଶ୍ରୀ ଶତପଥୀ ମେନକା ଶତପଥି ଓ ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଯୁବନେତା ମଣ୍ଟୁ ପାଢ଼ୀ, ଚିରଞ୍ଜିବୀ ପରିଡା, ପ୍ରଫୁଲ୍ଲ ଶତପଥୀ , ବିରଞ୍ଚି ନାରୟଣ ଶତପଥୀ, ସ୍ୱାଧୀନ ଶତପଥୀ, ଓ.ୟୁ.ଜେ. ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ପ୍ରଶାନ୍ତ ଶତପଥୀ, ମଣ୍ଟୁ ମିଶ୍ର, ସୁରେଶ ମିଶ୍ର, ପୂର୍ବତନ ସରପଞ୍ଚ ବିଜୟ ପରିଡା, ବି.ଜେ.ପି. କଣମଣା ମଣ୍ଡଳ ସଭାପତି ପଦ୍ମ ପରିଡା, ବିଜେପି ଯୁବନେତା ମଙ୍ଗଳା ପାଣିଗ୍ରାହୀ, ଭ୍ରମରବର ଦାସ, କେଦାର ଦାସ, ବିଭିନ୍ନ ଗ୍ରାମବାସୀ ଓ କଲ୍ୟାଣେଶ୍ଵର ଯୁବକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବୀ ବିଧାୟକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶେଷରେ ବିଧାୟକ ବଉଳଗାଁ ଗ୍ରାମରେ ଚାଲିଥିବା ୫ଦିନ ବ୍ୟାପି ନାମଯଜ୍ଞ ଓ ଅନ୍ନଯଜ୍ଞରେ ଯୋଗଦେଇ ବିଭୂକୃପା ଲାଭ କରିଥିଲେ ।

Leave A Reply

Your email address will not be published.