“କଳାକୃତି” ଦିବସକୁ ଉଦ୍‌ଘାଟନ କଲେ କୁଳପତି ଗୀତାଞ୍ଜଳି ଦାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଜୁକେସନ୍ ବିଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା କଳା ପ୍ରଦର୍ଶନୀ, “କଳାକୃତି”ର ଉଦ୍‌ଘାଟନ ଦିବସ ବିଶ୍ଵବିଦ୍ୟାଳୟର କୁଳପତି ମହୋଦୟା ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଛି । କୁଳପତି ମହୋଦୟାଙ୍କ ସହ କୁଳ ସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ମିଳିତ ନିର୍ଦ୍ଦେଶକ ବାପୁଜୀ ସାମଲ, ସେଲ୍ଫ ଫାଇନାନ୍ସିଂ ପାଠ୍ୟର ନିର୍ଦ୍ଦେଶକ ଡଃ ତମଘନ ଆଚାର୍ଯ, ସ୍କୁଲ ଅଫ ଏଜୁକେସନ ବିଭାଗର ସଂଯୋଜକ ଡଃ ବିଭୂତି ଭୂଷଣ ପରିଡ଼ା, ଏହି ବିଭାଗର ଅଧ୍ୟକ୍ଷ ଡ଼ଃ ସଂଜିତ୍ କୁମାର ସାହୁ ଏବଂ ବିଭାଗର ଅନ୍ୟାନ ଅଧ୍ୟାପକ ଓ ଅଧ୍ୟାପିକା ଯଥା ମିସ୍ ମୈତ୍ରୀ ପାଢୀ, ଶ୍ରୀମତୀ ଉଷାରାଣୀ ଦାସ, ପ୍ରଦ୍ୟୁମ୍ନ କୁମାର ରାଉତ, ପ୍ରଣବ ପ୍ରଜେସ ରାଉତ, ବିଭୁକଲ୍ୟାଣ ସାମନ୍ତରାୟ, ଶ୍ରୀମତୀ ସୁନିତା ପାତ୍ର ଏବଂ ବିଭାଗର କଳା ଶିକ୍ଷକ ରବିନ୍ଦ୍ରନାଥ ସ୍ୱାଇଁ ଉପସ୍ଥିତ ଥିଲେ । ଏତଦବ୍ୟତୀତ କୁଳପତି ମହୋଦୟାଙ୍କ ଦ୍ୱାରା ବିଭାଗର ଏକ କାନ୍ଥପତ୍ରିକା, “ଭଞ୍ଜ ଶିକ୍ଷାଞ୍ଜଳି”ର ଉନ୍ମୋଚନ କରାଯାଇଥିଲା । ତତ୍ ସହିତ କୁଳପତି ମହୋଦୟାଙ୍କ ପାଇଁ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବଲପୁରୀ ନୃତ୍ୟକଳାର ପରିବେଷଣ କରାଯାଇଥିଲା । ଏହି ପ୍ରଦର୍ଶନୀରେ ବିଭାଗର ଛାତ୍ରଛାତ୍ରୀ ମାନେ ନିଜର ଚିତ୍ରକଳା ପ୍ରତି ଇଚ୍ଛା ଏବଂ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପ୍ରଦର୍ଶନ କରିଥିବା ଦେଖି କୁଳପତି ମହୋଦୟା ଓ ଅନ୍ୟାନ୍ୟ ଅତିଥିଙ୍କର ପ୍ରଶଂସାର ସୁଅ ଛୁଟିଥିଲା । ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଦେଖିବା ପାଇଁ ଉପସ୍ଥିତ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଚିତ୍ରକଳାର ପ୍ରଦର୍ଶନ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିଥିଲା । କୁଳପତି ମହୋଦୟା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଚିତ୍ରକଳା ମାଧ୍ୟମରେ ରୋଜଗାର କରିବା ପାଇଁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗଦାନ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷପଥରେ ଅଗ୍ରଗତି ନିମନ୍ତେ ପ୍ରୋତ୍ସାହନ ଆଣିଥିଲା, ବିଶ୍ଵବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ, ପ୍ରଫେସର୍ ତ୍ରିପାଠୀ ଏହି ଚିତ୍ରକଳାର ପ୍ରଦର୍ଶନକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଇଥିଲେ ଏବଂ ନିଷ୍ଠାର ସହ ପରିଶ୍ରମ କଲେ ଭବିଷ୍ୟତରେ ଲକ୍ଷ୍ୟ ହାସଲ ସହଜ ହେବ ବୋଲି କହିଥିଲେ ।

Leave A Reply

Your email address will not be published.