ତରେଇପାଟପୁର ଠାରେ ରାଇଜିଂଷ୍ଟାର ସୌଜନ୍ୟରେ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ତରେଇପାଟପୁର ଗ୍ରାମର ରାଇଜିଂଷ୍ଟାର ଭୋଲି-ବଲ୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ସବ୍-ଜେଲ୍ ଅଧିକ୍ଷୀକ ଅବନ୍ତି ସିଂ, ସମ୍ମାନିତ ଅତିଥି ଭାବେ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ସ୍ଥାନୀୟ ସରପଞ୍ଚ ଏସ୍‌. ଦମୟନ୍ତୀ, ବିଶିଷ୍ଟ ଶିକ୍ଷାବିତ୍ ବିଘ୍ନେଶ୍ୱର ରଥ, ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ପ୍ରମୁଖ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ । ଅତିଥିମାନେ ଯୋଗଦେଇ ପ୍ରଥମେ ସାମୁହିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ୮ ଗୋଟି ଦଳ ଅଂଶଗ୍ରହଣ କରୁଥିବା ଉକ୍ତ ଟୁର୍ଣ୍ଣାମେଣ୍ଟର ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ରାଇଜିଂ ଷ୍ଟାର ଦଳ ସହିତ ରେଡ୍‌-ସିକ୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସର ଶେଷ ପର୍ଯ୍ୟାୟରେ ରେଡ୍ ସିକ୍ସ ଦଳ ବିଜୟ ଲାଭ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ଏମ୍.କେ.ସି.ଜି. ଦଳ ସହ ସନ୍-ରାଇଜ୍ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଏମ୍. କେ. ସି. ଜି. ଦଳ ବିଜୟ ହୋଇଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ଏମ୍‌. ଏମ୍‌. ଟି. ବ୍ରହ୍ମପୁର ସହ ଅରେଞ୍ଜ-ସିକ୍ସ ଦଳ ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳରେ ଏମ୍‌. ଏମ୍‌. ଟି. (ବ୍ରହ୍ମପୁର) ବିଜୟ ଲାଭ କରିଥିଲେ । ଚତୁର୍ଥ ପର୍ଯ୍ୟାୟରେ ହରିଡ଼ାଖଣ୍ଡି ବ୍ରହ୍ମପୁର ସହ ଏମ୍‌. କେ. କ୍ଲବ୍ (କନ୍ଧମାଳ) ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍‌. କେ. କ୍ଲବ୍ ବିଜୟ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ନାୟକ ପରିଚାଳନା କରିଥିବା ବେଳେ ରାଇଜିଂ-ଷ୍ଟାର ଭୋଲି ବୋଲ୍ ଆସୋସିଏସନ୍‌ର ସଦସ୍ୟ ବିପ୍ରଚରଣ ସାହୁ, ଆଦିନାରାୟଣ ରେଡ୍ଡୀ, ସୁରେଶ ବେହେରା, ରଂଜିତ ବେହେରା, ଗୋବିନ୍ଦ ନାୟକ, ପପିନ ପ୍ରଧାନ, ତ୍ରିଲୋଚନ ଗୌଡ଼ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.