jayashree

ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମର ୩ଟି ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟନ କଲେ ନରସିଂହ

  • ଲୋକଙ୍କ ଭିତରେ ସଦ୍‌ଭାବନା ସୃଷ୍ଟି ହେଲେ ବିକାଶ ସହଜ ହୁଏ : ସମରେନ୍ଦ୍ର
  • ବିକାଶ ପ୍ରକ୍ରିୟାକୁ କେହି ରୋକି ପାରିବେ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମର ୩ଟି ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟନ କଲେ ନରସିଂହ । ଏହି ଅବସରରେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଉପସ୍ଥିତ ରହି ନିଜ ବକ୍ତବ୍ୟରେ କହିଛନ୍ତି ଯେ ଭାରତ ଏକ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏହାର ସାମଗ୍ରିକ ବିକାଶ ପାଇଁ ସମସ୍ତ ଧର୍ମର ଲୋକଙ୍କ ଭିତରେ ସଦ୍‌ଭାବନା ଓ ସମନ୍ୱୟ ସୃଷ୍ଟି ହେଲେ ଅଂଚଳର ବିକାଶ ଆହୁରି ସହଜ ହୋଇଥାଏ । ଏ ଦିଗରେ ବଲାଙ୍ଗିର ବିଧାୟକ ଗତ ୧୦ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସାମନ୍ତବାଦୀ ଚିନ୍ତାଧାରା ଲୋକେ ବାରମ୍ବାର ବଲାଙ୍ଗିରର ବିକାଶରେ ବାଧକ ସୃଷ୍ଟି କରୁଛନ୍ତି, ସେମାନେ ଜାଣି ରଖିବା ଦରକାର ତାଙ୍କର ବାଧା ସୃଷ୍ଟି ଦ୍ୱାରା ବିକାଶ ପ୍ରକ୍ରିୟା କିଛି ମାତ୍ରାରେ ବିଳମ୍ବିତ ହୋଇପାରେ ଏହି ପ୍ରକ୍ରିୟାକୁ ସେମାନେ କେବେ ବି ସେମାନେ ସମ୍ପୂର୍ଣ୍ଣ ରୂପେ ରୋକି ପାରିବେ ନାହିଁ ବୋଲି ବଲାଙ୍ଗିର ସହର ଅନ୍ତର୍ଗତ ମୁସଲମାନ ସଂପ୍ରଦାୟର ସୁନ୍ନି ସଦର ମସ୍‌ଜିଦ୍‌ ପରିସର, ଡୁଙ୍ଗୁରିପଡା ଅନ୍ତର୍ଗତ ରୁଗୁଡିପଡା ଭାଗବତ ମନ୍ଦିର ପାଖ ଗୋଷ୍ଠୀ କେନ୍ଦ୍ରର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ଉଦ୍‌ଘାଟନୀ ପରବର୍ତ୍ତି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ ମତ୍ସ୍ୟଜୀବୀ ତିଅର ସମାଜ ଗୋଷ୍ଠୀ କେନ୍ଦ୍ର ଏବଂ ଗୋକୁଲଧାମଠାରେ ନବନିର୍ମିତି ଗୋଷ୍ଠୀ କେନ୍ଦ୍ର ଏବଂ ଖଲିଆପାଲି ଫୁଟବଲ ପଡିଆର ବାଡର ମଧ୍ୟ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଧାୟକ ଶ୍ରୀ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ଏହି ସମସ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଉଦ୍‌ଘାଟନୀ ପରବର୍ତ୍ତି ସଭାରେ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିରର ବିକାଶ ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ କାମ କରନ୍ତୁ ବୋଲି କହିଥିଲେ । କଂଗ୍ରେସ ଦଳ ସବୁବେଳେ ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସ କରେ । ପ୍ରତ୍ୟେକ ଧର୍ମ ଧର୍ମ ଭିତରେ ଯେପରି ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ରହିବ ସେ ଦିଗରେ କଂଗ୍ରେସ ଦଳ ସବୁବେଳେ କାମ କରେ ବୋଲି କହିବା ସହ ସଂପ୍ରାଦାୟିକ ଶକ୍ତିକୁ ଓ ତାଙ୍କ ସହଯୋଗୀଙ୍କୁ ଆଗାମୀ ନିର୍ବାଚନରେ ଲୋକେ ବରଖାସ୍ତ କରନ୍ତୁ ବୋଲି ସମରେନ୍ଦ୍ର କହିଥିଲେ । ତିଅର ସମାଜ ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟନ ଅବସରରେ ବରିଷ୍ଠ କର୍ମକର୍ତ୍ତା ଓ ତିଅର ସମାଜର ଗୌରବ ଭାରଉତ୍ତୋଳନରେ ରାଜ୍ୟରେ ରୌପ୍ୟ ପଦକ ବିଜୟିନୀ ସୁନେନା ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ହାତରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଅବସରରେ ସୁନ୍ନି ସଦର ମସ୍‌ଜିଦ୍‌ଠାରେ ଇମାମ ହାଜି ମୁଜାହିଦ ରାଜା, ଜରୁଲ୍‌ ହୁସେନ, ନୁରୁଲ ହୁସେନ, ନାସିର ଖାନ, ଜାବେଦ ଇକବାଲ, ମହମ୍ମଦ ଆକବର, ରିୟାଜ ଖାନ, ମହମ୍ମଦ ମୁଜିବ, ଡୁଙ୍ଗୁରିପଡା ସିଏନ୍‌ଆଇ ଚର୍ଚ୍ଚଠାରେ ଉପେନ୍ଦ୍ର ସାହୁ, ଆରତିପ୍ରୀତି ନାଗ, ମୋତିଲାଲ ସିଂହ, ପ୍ରମୋଦ ବାରିକ, ମସିଚରଣ ଦାଶ, ବଜରଂଗ ବନଛୋର, ବିଦ୍ୟୁତ ରଂଜନ କୁମ୍ଭାର, ରୁଗୁଡିପଡା ଭଗବତ ମନ୍ଦିରଠାରେ ଉଦିତ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି, ରାଜୁ ବରିହା, ରାଜା ରାଉତ, ପିଣ୍ଟୁ ବାଗ, ମାନସ ମହାନ୍ତି, ଟିଟୁ ରଣା, ଚେତନାନନ୍ଦ ପଣ୍ଡା, ମାଲପଡା ତିଅର ସମାଜଠାରେ ସୁଦାମ ବେହେରା, ମେଘନାଥ ବେହେରା, ବୃନ୍ଦାବନ ବେହେରା, ଅନ୍ତ ବେହେରା, ପବିତ୍ର ବେହେରା, ଗୋକୁଲଧାମଠାରେ ଶିରିଶ ହୋତା, ଶୁଭ୍ରାଂଶୁ ପଣ୍ଡା, ସୁକଦେବ ସାହୁ, ବୁଲୁ ବେହେରା, ମିଟୁ ବାବୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.