jayashree

ଗାଈବାହାଲଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ : ବଡବନ୍ଧରେ ଦେଲେ ଭିତ୍ତି ପ୍ରସ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଦେଓଗାଁ ବ୍ଲକ ସ୍ଥିତ ଗାଈବାହାଲ ପଞ୍ଚାୟତର ଗାଈବାହାଲଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ହୋଇଥିବା ଏହି ପକଳ୍ପରୁ ଗାଈବାହାଲ ଓ ଅର୍ଡା ଅଂଚଳରେ ସମସ୍ତ ଘରକୁ ପିଇବା ପାଣି ଯୋଗାଇ ଦିଆଯିବ । ଠିକ୍‌ ସେହିପରି ବଡବନ୍ଧ ପଞ୍ଚାୟତର ବଡବନ୍ଧଠାରେ ସରପଞ୍ଚ ଜଗବନ୍ଧୁ ମେହେଙ୍କ ଉପସସ୍ଥିତିରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ହୋଇଯାଇଛି । ଏହି ପ୍ରକଳ୍ପ ପାଇଁ ବଡବନ୍ଧ ତଥା ଆଖ ପାଖ ଗାଁର ଲୋକେ ବହୁ ଦିନରୁ ଦାବୀ କରି ଆସୁଥିଲେ । ଏହି ପ୍ରକଳ୍ପ ଯୋଜନା ମୁତାବକ ବଡବନ୍ଧ ପଂଚାୟତର ପ୍ରାୟତଃ ଗ୍ରାମକୁ ଟେପ ଯୋଗେ ପିଇବା ପାଣି ପହଞ୍ଚି ପାରିବ । ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ ଅବସରରେ ଉପସ୍ଥିତ ଗ୍ରାମବାସୀଙ୍କୁ ଶ୍ରୀ ମିଶ୍ର କହିଥିଲେ ଯେ, ଆଗାମୀ ନିର୍ବାଚନରେ ଦେଓଗାଁ ବ୍ଲକର ପ୍ରତ୍ୟେକ ଘରକୁ ଟେପ ଯୋଗେ ପିଇବା ପାଣୀ ପହଞ୍ଚାଇବା ଲକ୍ଷ ରଖାଯାଇଛି । ଅନେକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ କିଛି ନିର୍ମାଣାଧିନ ଅବସ୍ଥାରେ ଓ କିଛି ଆରମ୍ଭ ହେବାକୁ ଯାଉଛି । ଗ୍ରାମ୍ୟ ପାନୀୟଜଳ ବିଭାଗର ଯନ୍ତ୍ରୀ ଓ ଗ୍ରାମବାସୀମାନଙ୍କୁ ଅନୁରୋଧ କାର୍ଯ୍ୟନିର୍ବାହୀ ସଂସ୍ଥା ଯେପରି ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତା ଏବଂ ସମସୟସୀମାରେ ସାଲିସ ନକରିବ ସେ ଉପରେ ଧ୍ୟାନ ଦେବେ । ଯାହା ଫଳରେ ପ୍ରକଳ୍ପରୁ ଲୋକେ ଠିକ୍‌ ସମୟରେ ପାଣି ପାଇ ପାରିବେ । ଏହି ଉଭୟ କାର୍ଯ୍ୟକ୍ରମରେ ଗାଈବାହାଲ ସରପଞ୍ଚ ତ୍ରିଲୋଚନ ନାଗ, ସମିତି ସଭ୍ୟ ସଂଯୁକ୍ତା ସେଠ, ବଡବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଅସିତ ମିଶ୍ର, ଭାଗିରଥି ମେହେର, ପ୍ରଦୀପ ପ୍ରଧାନ, ଭିକାରି ପ୍ରଧାନ, ରାମଜୀ ଚୌଧୁରୀ, ସନ୍ତୋଷ ପ୍ରଧାନ, ପପୁ ପାତ୍ର, କୈଳାସ ତାଣ୍ଡି, କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.