oom

ଛତ୍ରପୁର ବିଧାୟକଙ୍କ ଦ୍ଵାରା ‘ମିଶନ୍ ସୁରଭି’ ଷ୍ଟଲର ଉଦ୍‌ଘାଟନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ନିକଟରେ ସୌନ୍ଦର୍ଯ୍ୟକରଣ ହେବାକୁ ଯାଉଛି । ସେଠାରେ ଛତ୍ରପୁର ପଞ୍ଚାୟତ ସମିତିର ସୌଜନ୍ୟରେ ମିଶନ ଶକ୍ତି ମାଆମାନଙ୍କୁ ଅଧିକ ସକ୍ରିୟଶାଳୀ କରାଯିବା ନେଇ ଗୋଟିଏ ଗୋଟିଏ ଦୋକାନ କେବିନ ଖୋଲିବାର ପ୍ରୟାସ କରାଯାଉଛି ବୋଲି ଛତ୍ରପୁର ବ୍ଲକ୍ ଜୀବିକା ମିଶନର ସଂଯୋଜିକା ଶ୍ରୀମତୀ ମାନିନୀ ଜେନା କହିଛନ୍ତି । ସମଗ୍ର ଶିକ୍ଷା ଅଭିଯାନ ଅଫିସ ନିକଟ ଯିବା ରାସ୍ତାରେ ମିଶନ୍ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ‘ମିଶନ୍ ସୁରଭି’ ନାମକ ଷ୍ଟଲର ଶୁଭାରମ୍ଭ ତଥା ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି ।

ଛତ୍ରପୁର ବ୍ଲକର ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୋଡାପଦର ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଦ୍ୱାରା ଖୋଲିଥିବା ‘ମିଶନ୍ ସୁରଭି’ ଷ୍ଟଲକୁ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡ଼ିଓ ସୁଶାନ୍ତ କୁମାର ବରାଳ ଓ ପୋଡାପଦର ସରପଞ୍ଚ ଶ୍ରୀମତୀ ସୁଜତା ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ମିଶନ ଶକ୍ତି ମାଆମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଥାଉକି, ଛତ୍ରପୁର ବ୍ଲକ୍‌ର ମାଆମାନଙ୍କ ଦ୍ୱାରା ଗୋ-ପାଳନ କରାଯାଇଥିବା କ୍ଷୀରକୁ ସଂଗ୍ରହ କରି ଜିପିଏଲ୍‌ଏଫ୍‌ ମହିଳାମାନଙ୍କ ଦ୍ୱାରା ପନିର୍, ମିଠା ଦହି, ଖଟା ଦହି, ରାବିଡ଼ି, କ୍ଷୀର, ଲସି, ରସଗୋଲା, ଛେନା, କଫି ଆଦି ପ୍ରସ୍ତୁତ କରି ଗ୍ରାମରୁ ସହରକୁ ଆଣି ବ୍ୟବସାୟ ବୃଦ୍ଧି କରି ମହିଳାମାନଙ୍କୁ ଅଧିକ ସକ୍ରିୟଶାଳୀ କରିବାର ପ୍ରୟାସ କରିଛନ୍ତି । ପୋଡାପଦର ଜିପିଏଲ୍‌ଏଫ୍‌ର ମହିଳାମାନେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକର ମିଶନ ଶକ୍ତି କାର୍ଯ୍ୟାଳୟର ବିପିସି ତଥା ଓଡିଶା ଜୀବିକା ମିଶନର ବିପିଏମ୍ ମାନିନୀ ଜେନା, ଏସଡିସି ମାନସୀ ବେହେରା, ବିଏଲସି ଗୀତାଞ୍ଜଳି ମୁଦୁଲି, ଲିପିକା ବେହେରା, ଚମାଖଣ୍ଡି ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ପ୍ରୋଗ୍ରାମ ମେନେଜର ମମତା ରେଡିଙ୍କ ସମେତ ପୋଡାପଦର ପଞ୍ଚାୟତସ୍ତରୀୟ ମହାସଂଘର ସମ୍ପାଦିକା ଉମା ମହାରଣା, ଏମବିକେ ସଂଯୁକ୍ତା ଜେନା, ସିଆରପି ସାଗରିକା ଦାସ, ଝୁନୁରାଣୀ ଗୌଡ଼, ଗୀତାଞ୍ଜଳି ଜ୍ୟୋତି, ସଂଯୁକ୍ତା ଜେନା ଏବଂ କୃଷିମିତ୍ର ଜୟନ୍ତୀ ଦାସ, ସବିତା ଦାସ ଓ ରୂପାଲି ପଲେଇ ଯୋଗ ଦେଇଥିଲେ । ସର୍ବୋପରି ଭିକାରୀପଲ୍ଲୀ ସରପଞ୍ଚ ପ୍ରତିନିଧି ମଥୁରା ସୁବୁଦ୍ଧି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.