- ଶୃଙ୍ଖଳା ହିଁ ବିକାଶର ମୂଳମନ୍ତ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ କ୍ଷେତ୍ରରେ ଶୃଙ୍ଖଳିତ ହେଲେ ଯାଇ ଆମେ ସଫଳତା ହାସଲ କରିପାରିବା । ଶୃଙ୍ଖଳା ବିନା ପ୍ରଗତି ଏବଂ ବିଜୟ ଅସମ୍ଭବ । ଶୃଙ୍ଖଳିତ ରୁଷ ସୈନ୍ୟ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀକୁ ପରାଜିତ କରିପାରିଥିଲେ । ଶିକ୍ଷା ମୌଳିକ ଅଧିକାର ହୋଇ ମଧ୍ୟ ଓଡିଶା ଶିକ୍ଷା କ୍ଷେତ୍ରରେ ଢେର ପଛୁଆ । ଉଚ୍ଚମାନ ଶିକ୍ଷାର ଏଠି ଘୋର ଅଭାବ । କେରଳ ରାଜ୍ୟରେ ସାକ୍ଷରତା ହାର ଶତପ୍ରତିଶତ । ଏଣୁ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ କେରଳବାସୀ ବହୁ ଆଗରେ । ୨୦୧୬ ପର ଠାରୁ ନିଯୁକ୍ତି ତଥା ଶିକ୍ଷକଙ୍କ ଘୋର ଅଭାବ । ପେଟ ଚାଖଣ୍ଡେ ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ଓଡିଶାର ଶିକ୍ଷିତ ବେକାର ଯୁବକ ଯୁବତୀ । ୩୦ ପିଲାରେ ଗୋଟିଏ ଶିକ୍ଷକ ରହିବା ପ୍ରାବଧାନ ଥିବା ବେଳେ ଓଡିଶାର ସ୍ଥିତି ନ କହିବା ଭଳ । ଶିକ୍ଷିତ ସମାଜର ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି ଓ ସରକାର ଉପରେ ଚାପ ପକାଇ ସମାଜର ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ ଭାଗିଦାରି ହେବା ଆବଶ୍ୟକ । ବିଧାନସଭାରେ ବଲାଙ୍ଗିରର ଜନପ୍ରତିନିଧି ହିସାବରେ ମୁଁ ସବୁବେଳେ ଶିକ୍ଷା କଥା ଉଠାଇ ଆସୁଅଛି । ଧନ୍ୟବାଦ ଦେବି ବଲାଙ୍ଗିରର ଆଦର୍ଶ ବିଦ୍ୟାଳୟ ତଥା କର୍ମଚାରୀଙ୍କୁ ଆଜି ସାରା ଭାରତର ୧୦ଟା ସ୍କୁଲ ମଧ୍ୟରେ ବଲାଙ୍ଗିର ଆଦର୍ଶ ବିଦ୍ୟାଳୟ ପଥରଚେପା ସ୍ଥାନ ପାଇପାରିଛି । ବିଶ୍ୱର ଅନ୍ୟତମ ଦେଶ ଚୀନ ପାଖାପାଖି ଆମ ସମୟରେ ସ୍ୱାଧିନତା ହାସଲ କରିଛି କିନ୍ତୁ ତାଙ୍କର ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ଆଜି ସେମାନେ ବିଶ୍ୱର ମହାଶକ୍ତି ରୂପେ ଉଭା ହୋଇ ଆମେରିକା ପରି ଦେଶକୁ ପ୍ରତି କ୍ଷେତ୍ରରେ ଟକ୍ଟର ଦେଇ ଅସୁଅଛି ବୋଲି କହିଛନ୍ତି । ଉଚ୍ଚମାନ ଶିକ୍ଷା ବ୍ୟବସ୍ଥା ଓ ଷ୍ଟାଫ୍ କ୍ୱାଟର ସହ ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ସୁଧାରିବା ପାଇଁ ପ୍ରତିଶୃତି ଦେଲେ ସଦର ବିଧାୟକ ନରସିଂହ ମିଶ୍ର । ଆଜି ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଡାଏଟ ପରିସରରେ ନବ ନିର୍ମିତ ମଂଚ ଉଦ୍ଘାଟନ ସଭାରେ ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ମଂଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଲୋପନ ମିଶ୍ର ଏବଂ ପ୍ରେମରାଜ ପଣ୍ଡା ଉପସ୍ଥିତ ଥିଲେ ।