ନିଖୋଜ ବାଳକ ଉଦ୍ଧାର

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ଗାଁର ଗାନ୍ଧୀ ବଗର୍ତ୍ତିଙ୍କ ପୁଅ ନାମୁ ବଗର୍ତ୍ତି(୧୩) ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ନପାଇବାରୁ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର ସାଲେଭଟା ଫାଣ୍ଡି ଇନଚାର୍ଜ ରବିନ୍ଦ୍ର କୁମ୍ଭାର ବିଶେଷ ସୁତ୍ରରୁ ଖବର ପାଇ ବେନ୍ଦ୍ରା ପଞ୍ଚାୟତ ଦାନୀପାଲି ଗାଁ ନିକଟରୁ ନାମୁଙ୍କୁ ଉଦ୍ଧାର କରିଥିଲେ । ଆଗଲପୁର ଥାନାର ତଦନ୍ତକାରୀ ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ସାଲେଭଟା ଫାଣ୍ଡିକୁ ଆସିଥିଲେ । ବାଳକର ମା’, ବାପା ଏବଂ ସାବତ ମା’ଙ୍କୁ ଥାନାକୁ ଡାକି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.