ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ପିଏମ୍‌ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉଦ୍‌ଘାଟନି ସଭାରେ ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଏମ୍‌ଶ୍ରୀ ପ୍ୟାଭିଲିୟନ ଗୁଡିକୁ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୁୟସି ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀମତୀ ସେଠି ଛାତ୍ରମାନଙ୍କୁ ଏକ ଆଦର୍ଶ ଛାତ୍ର ହେବା ପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଶିକ୍ଷକ ବିକାଶ ରଂଜନ ସାହୁ ସଭା ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ବର୍ଷାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ତିନୋଟି ପ୍ୟାଭିଲିଆନ ଯଥାକ୍ରମେ ଭିଜନ ଓଡିଶା ୨୦୩୬, ଆକାଂକ୍ଷି ଛାତ୍ର ପରିଷଦ ଏବଂ ଦୋକାନ ଯାତ୍ରା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଅବସରରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ଓ ରୀନା ବେହେରା, ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ନୀଳମଣି ପଟେଲ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ସ୍ୱାଇଁ ପିଲାମାନଙ୍କୁ ଉତ୍ତମ ଚରିତ୍ର ଗଠନ ସହ ଯୁଗୋପଯୋଗୀ କୌଶଳ ଶିକ୍ଷା କରିବାକୁ ଉତ୍ସାହିତ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.