ଗୁର୍ଜିଭଟା ଠାରେ ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ଗୁର୍ଜିଭଟା ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ତା: ୨୭/୧୨/୨୦୨୫ ରୁ ଆରମ୍ଭ ହୋଇଯାଇଥିଲା । ଏଥିରେ ମୋଟ ଆଠ ଗୋଟି ଟିମ ଭାଗ ନେଇଥିଲେ ସରଗାଡ଼, ସୂଜିଆ, ସକମା, ଆଗଲପୁର ଗୋଟିଏ ଭାଗରେ ଅନ୍ୟ ଭାଗରେ ଏସ. ନଗର ବଲାଙ୍ଗିର, ଲୋଇସିଂହା, ଗେର୍ଡି ଓ ବଲାଙ୍ଗିର ଭାଗ ନେଇଥିଲେ । ଭାଗ ୧ରୁ ସକମା ଓ ଭାଗ ୨ ରୁ ଗେର୍ଡି ଫାଇନାଲକୁ ଆସି ୧/୦ ଗୋଲରେ ଗେର୍ଡି, ସକମାକୁ ହରାଇ ବିଜୟୀ ହୋଇଥିଲା । ଆଜିର ମେନ୍ ଅପ୍ ଦି ମେଚ୍‌ ଗେର୍ଡି ଟିମରୁ ରାମ କିଶୋର ଅଦାବରିଆ ପାଇଥିବା ବେଳେ ମେନ୍ ଅପ୍ ଦି ସିରିଜ୍ ସକମା ଟିମରୁ ଲିପୁନ ବଗର୍ତ୍ତି ପାଇଥଲେ । ମୁଖ୍ୟ ଅତିଥି ଭାବେ ବୁର୍ଡା ସରପଞ୍ଚ ସୁଦିପ ସାହୁ ଓ ବାଦି ବାହାଲ ସରପଞ୍ଚ ପ୍ରଶାନ୍ତ କୁମାର ତ୍ରିପାଠୀ ଯୋଗଦାନ କରି ଉଭୟ ଟିମକୁ ପୁରସ୍କୃତ କରିଥିବାବେଳେ, ଶିରିଶ ଚନ୍ଦ୍ର ହୋତା ଓ ବିକାଶ ହୋତା ଓ ଗୁର୍ଜିଭଟା ଗ୍ରାମ ଫୁଟବଲ ଟିମ ଏହାକୁ ଆୟୋଜନ କରିଥିଲେ । ଶେଷରେ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ରେଫ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.