ଜାନୁଆରୀ ୩ ରୁ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୩ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ହସ୍ପିଟାଲ ନିକଟ ଖେଳ ପଡିଆ ଠାରେ ପ୍ରତ୍ୟେହ ଅପରାହ୍ନରେ ମ୍ୟାଚ ଅନୁଷ୍ଠିତ ହେବ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମ୍‌ରେ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଖୁଦପେଜ, ଝଲପ, ମନିଗାଁ, ବଙ୍କାପୁର, ତେତେଲପଡା, ବଙ୍ଗୋମୁଣ୍ଡା, କପିଲାଭଟା, ବରତୁଣ୍ଡାରେ ଫୁଟବଲ ଖେଳାଳୀମାନେ ଅଂଶଗ୍ରହଣ କରିବେ ବୋଲି ସ୍ୱୀକୃତି ଦେଇଛନ୍ତି । ଆସନ୍ତା ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ପଶ୍ଚିମ ଓଡ଼ିଶାର ପରିଚିତ ଆଲବମ ହିରୋଇନ ମାମୁନି ଯାଦବ ଯୋଗଦେବେ ବୋଲି ଜଣାପଡିଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ରତ୍ନାକର ବାଗଙ୍କ ଘରୁ ପୂଜାର୍ଚ୍ଚନା କରାଯିବା ପରେ କପିଲାଭଟା ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ସାହାଜିକଟେନଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମଶାଲକୁ ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆରେ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେତା ଦଳକୁ ୭୭୭୭ ଓ ଉପବିଜେତା ଦଳକୁ ୫୫୫୫ ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଆୟୋଜକ କମିଟିର ସଂଯୋଜକ ରାହୁଲ ବାଗ, ସଭାପତି ହୁଲେଶ୍ୱର ହଂସ, ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି, ପରମାନନ୍ଦ ଛତ୍ରିଆ ରହିଛନ୍ତି ।

Leave A Reply

Your email address will not be published.