centurian jitm

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଢୁଲୁସର : କାଲସାଏପାଲିକୁ ହରାଇ ଫାଇନାଲରେ ଜରାସିଂହା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟ୍‌ବଲ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳରେ ବିଏନ୍‌ଏଏ ଜରାସିଂହା ୧-୦ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିଧୁଭୂଷଣ ତ୍ରିପାଠି, ବଲାଙ୍ଗିର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ପ୍ରମୋଦ ବାରିକ ଓ କ୍ରୀଡା ସଂସଦ ସଦସ୍ୟ କୈଳାସ କର୍ତ୍ତି ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ, ପୂର୍ବତନ ଖେଳାଳି ଲୋକନାଥ କୁମୁରା, ପୂର୍ବତନ ବିଦ୍ୟୁତ କର୍ମଚାରୀ ଅଦ୍ୟୁତ ନାହାକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ନନ୍ଦ ଓ ଅନ୍ୟତମ ଅବସରପ୍ରାପ୍ତ ଶିକ୍ଷକ ହାଡୁରାମ ରଣା ମଂଚାସୀନ ଥିଲେ । ରେଫରି ଭାବେ ଖେଳକୁ ପୁରୁଷୋତ୍ତମ ବୁଡେକ, ସଂଜିବ ମହାରଣା, ଉମେଶ ଭୋଇ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଆଜିର ଶ୍ରେଷ୍ଠ ଖେଳାଳି ଭାବେ ଜରାସିଂହା ଦଳର କପିଳେଶ୍ୱର ନାଏକଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବତନ ଖେଳାଳି ରାମ କୁମାର କୁମୁରା, ଦିଲିପ କୁମାର ମଲ୍ଲିକ, ଲମ୍ବୋଦର ମାଝି, ଗ୍ଲାଡଷ୍ଟୋନ ତାଣ୍ଡି, ପିତାମ୍ବର ଖମାରୀ, ସୁବାଷ କୁମାର ନନ୍ଦ, ପ୍ରମୋଦ ସାହୁ, ନରେଶ ଅଗ୍ରୱାଲ, କରନ ଦଣ୍ଡସେନା, ଚମରା ମହାକୁର, ବିଜୟ ନାହାକ, ମନୋଜ ବେହେରା, ଅକ୍ଷୟ ଘିଭେଲା ପ୍ରମୁଖ ସହଯୋଗ କରିଥିଲେ । ୧୯ ତାରିଖ ରବିବାର ଜିୱାଇଡିସି ନକଟାସର ବନାମ ବିଏନ୍‌ଏଏ ଜରାସିଂହା ମଧ୍ୟରେ ଫାଇନାଲ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.