କୋଶଳାଂଚଳରେ କରୋନା ମୁକାବିଲା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲାଯାଉ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମାଡ଼ି ଚାଲିଛି । ଏହି ଲହରୀରେ କରୋନାର ନୂଆଁ ରୂପ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢେ଼ଇ ଲକ୍ଷରରୁ ଉଦ୍ଧ୍ୱର୍ ଲୋକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳୁଛି ଏବଂ ଏହା ଚକ୍ରବୃଦ୍ଧି ହାରରେ ବିପଦ ଜନକ ଭାବରେ ବଢ଼ି ଚାଲିଛି । ରାଜନୈତିକ ଓଡ଼ିଶାର କୋଶଳ ଅଂଚଳରେ କରୋନାର ଏହି ନୂଆଁ ରୂପ ଭୟାବହ ଆକାର ଧାରଣ କଲାଣି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ମାନଙ୍କର ସ୍ଥିତି ଅତିବ ଭୟାବହ । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବା ସହ ଶନିବାର, ରବିବାର ସଟ୍‌ଡ଼ାଉନ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏତିକିରେ କାମ ଚଳିବ ନାହିଁ । ତେଣୁ କୋଶଳାଞ୍ଚଳର ଏଭଳି ଭୟାବହ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏ ଅଂଚଳକୁ କରୋନା ପ୍ରବଣ ଅଂଚଳ ରୂପେ ଘୋଷଣା କରିବା ସହ ତୁରନ୍ତ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଜାରି ପ୍ରେସ୍‌ ବିବୃତ୍ତିରେ ଶ୍ରୀ ମିଶ୍ର କୋଶଳାଞ୍ଚଳର ସବୁ ଜିଲ୍ଲା ତଥା ସବ୍‌ଡ଼ିଭିଜନରେ ସ୍ୱତନ୍ତ କୋଭିଡ଼ ହସ୍‌ପିଟାଲ ପୁଣି ଥରେ ସ୍ଥାପନ କରିବା ସହ ଅଧିକ ସଂଖ୍ୟକ ଶଯ୍ୟା, ଭେଂଟିଲେଟର, ଅକ୍‌ସିଜେନ୍‌ ସିଲିଣ୍ଡର, ଔଷଧ ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ଏହାଛଡ଼ା ଭ୍ରାମ୍ୟମାଣ କରୋନା ପରୀକ୍ଷାଗାର ତଥା ପ୍ରତି ପଞ୍ଚାୟତ ଓ ମ୍ୟୁନ୍‌ସିପାଲଟିର ପ୍ରତି ୱାଡର଼୍ରେ କରୋନା ପରୀକ୍ଷା ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଉପକୂଳ ଓଡ଼ିଶାରୁ ଅଧିକ ସଂଖ୍ୟକ ଡାକ୍ତର ଆଣି ସମସ୍ୟାର ମୁକାବିଲା କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଏହାଛଡ଼ା ଏ ଅଂଚଳର ଛଟେଇ ହୋଇଥିବା କରୋନା ଯୋଦ୍ଧା (ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ) ମାନଙ୍କୁ ପୁଣି ଥରେ ନିଯୁକ୍ତି ଦେଇ ସେବାରେ ଲଗେଇବାକୁ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କୋଶଳାଞ୍ଚଳରେ କରୋନା ପ୍ରତିଷେଧକ ଟୀକାକରଣକୁ ବହୁଗୁଣିତ କରିବା ସହ ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଓ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ କର୍ମଚାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସେ ଦାବୀ କରିଛନ୍ତି । କୋଶଳଅଞ୍ଚଳର କରୋନା ପରିସ୍ଥିତିର ଭୟାବହତା ଦୃଷ୍ଟିରୁ ଏ ଅଂଚଳରେ ସ୍ୱତନ୍ତ୍ର ଭାବେ ସଚିବ ସ୍ତରୀୟ କମିଟୀ ଗଠନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଓ ରାଜନୈତିକ ଦୃଷ୍ଟିରୁ କିମ୍ବା ଅସାଧୁ ଉଦେଶ୍ୟ ରଖି କରୋନା ସମୟରେ କାମ ନ କରି କରୋନା ପରିସ୍ଥିତି ଯୋଗୁଁ କାମଧନ୍ଦା ହରାଉ ଥିବା ଗରିବ ଲୋକଙ୍କ ଥଇଥାନ ପାଇଁ ଓ ଆର୍ଥିକ ଅନୁଦାନ ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ଏହାଛଡ଼ା କରୋନା କାଳରେ ଚିକିସ୍‌ôାକୁ ଅବହେଳା କରୁଥିବା ଡ଼ାକ୍ତର ଓ ଅସାଧୁ ଉପାୟରେ କରୋନା ପାଇଁ ଉଦ୍ଧିଷ୍ଟ ଅର୍ଥକୁ ତୋଷାରପାର କରୁଥିବା ବ୍ୟକ୍ତି ଓ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

Leave A Reply

Your email address will not be published.