ବଲାଙ୍ଗିର ରୁଗୁଡ଼ିପଡ଼ା ଅଞ୍ଚଳର ଟ୍ୟୁସନ୍ ଶିକ୍ଷକ ଟ୍ୟୁସନ୍‌ ପଢାଇବା ବଦଳରେ ଛାତ୍ରୀଙ୍କୁ ପଠାଉଥିଲେ ଆପତ୍ତିଜନକ ମେସେଜ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରୋଇ ଟ୍ୟୁସନ୍‌ର ଟ୍ୟୁସନ୍ ଶିକ୍ଷକ । ହେଲେ ବାବୁଙ୍କ କାରନାମା ଟିକେ ଭିନ୍ନ । ଟ୍ୟୁସନ୍‌ ପଢାଇବା ବଦଳରେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲ୍‌ରେ ଆପତ୍ତିଜନକ ବାର୍ତ୍ତା ପଠାଇ ହଟହଟା ହୋଇଥିବା ଜଣାପଡ଼ିଛି । ଘଟଣାଟି ବଲାଙ୍ଗିର ରୁଗୁଡ଼ିପଡ଼ା ଅଞ୍ଚଳର ହୋଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ଆପତ୍ତିଜନକ ମେସେଜ୍‌ ପଠାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ସମ୍ପର୍କୀୟମାନେ ଅଭିଯୁକ୍ତ ଟ୍ୟୁସନ୍ ଶିକ୍ଷକଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ଟାଉନ ଥାନାରେ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଟାଉନ ପୋଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି ।

Leave A Reply

Your email address will not be published.