ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ରାକ୍ସିମୁଣ୍ଡା, ପିପିର୍ଡ଼ା ଓ ରାଣିକଟା ଗ୍ରାମକୁ ଯାଇ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସଦସ୍ୟମାନେ କମ୍ବଳ ବଣ୍ଟନ କରିଛନ୍ତି । ସଂଗଠନର ସଦସ୍ୟ କବିର ବସ୍ତିଆଙ୍କ ନେତୃତ୍ୱରେ ସୁଶାନ୍ତ ପଟେଲ, ଅଜୟ କୁମାର ନାଗ, ବଣ୍ଟୁ ବଗର୍ତ୍ତି, ବିବେକ କୁମ୍ଭାର, ଜଗଦିଶ ସାହୁ, ମୁନେଶ କର୍ମୀ, ଆନନ୍ଦ ମେହେର, ହରିଶଙ୍କର, ଶମ୍ଭୁ ଜେନା ପ୍ରମୁଖ ସଦସ୍ୟ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ, ବୃଦ୍ଧା ଓ ମାନସିକ ରୋଗୀଙ୍କୁ କମ୍ବଳ ବଣ୍ଟନ କରିଥିଲେ । ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ସବୁବେଳେ ଅସହାୟଙ୍କ ସେବାରେ ସମର୍ପିତ ରହିଛି । ଜିଲ୍ଲାରେ ଶୀତର ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ଆଖି ଆଗରେ ରଖି ରାତି ଅଧରେ ଗାଁକୁ ଗାଁ ଯାଇ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ସଂଗଠନ ତରଫରୁ ସାହାଯ୍ୟ ପ୍ରଦାନ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।