oum

ପ୍ଲାଟଫର୍ମ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ : ୩ ମୃତ, ୨ ଗୁରୁତର

jsm

କୋରେଇ : ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ୪୦ ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ୍ ହଠାତ ଲାଇନଚ୍ୟୁତ ହୋଇ ପ୍ଳାଟଫର୍ମର ଟିକେଟ କାଉଣ୍ଟର ଉପରକୁ ଚଢ଼ି ଯାଇଥିଲା । ପ୍ରାୟ ୨୦ଟି ବଗି ପ୍ଲାଟଫର୍ମ ଉପରକୁ ଚାଲି ଆସିଥିଲା । ଏହି ସମୟରେ ଟ୍ରେନକୁ ଅପେକ୍ଷା କରି ଛିଡ଼ା ହୋଇଥିବା କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ଚଢ଼ି ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ । ସୂଚନା ମିଳିବା ପର୍ଯ୍ୟନ୍ତ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଆହୁରି କିଛି ଯାତ୍ରୀ ବଗି ତଳେ ଚାପି ହୋଇ ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.