ନନ୍ଦନକାନନରେ ଟୟ ଟ୍ରେନ୍ ବନ୍ଦ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ରେଳଗାଡ଼ି (ଟୟ ଟ୍ରେନ୍) ଚଳାଚଳ ଗତ ୧୩ ତାରିଖରୁ ବନ୍ଦ ହୋଇଛି । ତେବେ କେଉଁ କାରଣରୁ ବନ୍ଦ ରହିଛି କର୍ତ୍ତୃପକ୍ଷ କହୁନାହାନ୍ତି । ଗଲା ଜାନୁଆରୀରେ ବ୍ୟାଟେରୀ ଖରାପ ହେବା କାରଣ ଦର୍ଶାଇ ପ୍ରାୟ ୩ ମାସ ଶିଶୁ ରେଳଗାଡ଼ି ବନ୍ଦ ରହିଥିଲା । ତେବେ ମାର୍ଚ୍ଚ ମାସରେ ରେଳଗାଡ଼ି ପୁଣି ଚାଲିଥିଲା । ୨ ରୁ ୩ ମାସ ଶିଶୁ ରେଳଗାଡି ଚଳାଚଳ ବନ୍ଦ ରହିବ ବୋଲି ଶୁଣିବାକୁ ମିଳୁଛି । ପ୍ରାଣୀ ଉଦ୍ୟାନରେ ୧୯୭୧ ମସିହାରେ ପ୍ରଥମେ ଡିଜେଲ ଚାଳିତ ଶିଶୁ ରେଳଗାଡ଼ି ଗଡ଼ିଥିଲା । ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ୨୦୧୪ ମସିହାରେ ରେଳଗାଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଥିଲା । ପୁଣି ୨୦୨୧ ଅକ୍ଟୋବର ୮ ତାରିଖରେ ବ୍ୟାଟେରି ଚାଳିତ ଶିଶୁ ରେଳଗାଡ଼ି ଆରମ୍ଭ ହୋଇଥିଲା । ଶିଶୁ ରେଳଗାଡ଼ି ଯନ୍ତ୍ରାଂଶ ନିମ୍ନ ମାନର ଯୋଗୁ ଅଳ୍ପ ଚାଲି ବହୁ ସମୟ ଖରାପ ହେଉବାର ଅଭିଯୋଗ ଉଠୁଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.