oom

ଟିଟିଲାଗଡ ରେଳ ଓଭରବ୍ରିଜ ମରାମତି କାର୍ଯ୍ୟ ଅତି ନିରାଶ ଜନକ – ବିକାଶ କାର୍ଯ୍ୟର ହେଉନି ତଦାରଖ, ସାଧାରଣରେ ଅଭିଯୋଗ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନ ଯୋଗୁଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ଏହି ବ୍ରିଜ ଦେଇ ଦୈନନ୍ଦିନ ଶହ ଶହ ବଡ଼ ଗାଡି ସାଙ୍ଗକୁ ବହୁତ ଦୁଇ ଚକିଆ ଏବଂ ଚାରି ଚକିଆ ଯିବା ଆସିବା କରିଥାନ୍ତି । ସବୁଠୁ ବଡ଼ ଜିନିଷ ହେଲା ସଂଧ୍ୟା ହେଲା ମାତ୍ରେ ବହୁତ ଦମ୍ପତି ନିଜର ଛୁଆ ପିଲାଙ୍କୁ ଧରି ବୁଲିବାକୁ ଆସନ୍ତି ।

ଓଭର ବ୍ରିଜରେ ପ୍ରାୟ ଦିନ ଜନ୍ମଦିନ ପାର୍ଟି ମଧ୍ୟ କରାଯାଉଥିବା ଦେଖିବାକୁ ମିଳେ । ତେବେ ଏହି ଓଭର ବ୍ରିଜର ଠିକ ରେଳ ଧାରଣା ଉପର ପଟେ ଗୋଟିଏ ସ୍ଥାନରେ ବଡ଼ ଖାଲ ହୋଇଥିବା ଯୋଗୁଁ ବହୁ ଲୋକ ଯିବା ଆସିବା ସମୟରେ ଗାଡ଼ିର ଚକ ପଡ଼ି ଆହତ ହୋଇଥିବା ଜଣାପଡିଥିଲା । ଆମେ କିଛି ଦିନ ତଳେ ଏ ସମ୍ବନ୍ଧରେ ଖବର ପ୍ରସାରଣ କରିଥିଲୁ, ଖବର ପ୍ରସାରଣର ୭୨ ଘଣ୍ଟା ଭିତରେ ମରାମତି କାର୍ଯ୍ୟ କରଯାଇଥିଲା । ଯାହାକି ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପରିତାପର ବିଷୟ ଯେ ଏବେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା, ମାନେ ମରାମତି କେତେ ବିଶ୍ଵ ସ୍ତରୀୟ କରାଗଲା ଯେ, ପୁଣି ସେହି ଜାଗାରେ ଆଉ ଟିକିଏ ବଡ଼ ଗାତ ହୋଇଗଲାଣି । ରାଜ୍ୟ ସରକାରଙ୍କ ତରଫରୁ ଥାନା ଛକରେ ଏକ ବିରାଟ ନାମ ଫଳକ ଅଛି ଯାହାକି କଣ୍ଟାବାଞ୍ଜି (ରାସ୍ତା ଓ କୋଠା ବାଡି ବିଭାଜନ) । ସେଥିରେ ଲେଖା ଅଛି ଏ ସମ୍ପତି ଆପଣଙ୍କର, ଆପଣଙ୍କ ପଇସାରେ, ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ, ଏହାର ଯତ୍ନ ନିଅନ୍ତୁ – ନବୀନ ପଟ୍ଟନାୟକ । ଏଠାରେ ଲୋକଙ୍କ ପ୍ରଶ୍ନ ଯେ ଯଦି ସବୁ ଆମ ପଇସାରେ ନିର୍ମିତ, ତାହଲେ ଜିନିଷର ମରାମତି କାର୍ଯ୍ୟ ଯିଏ କରୁଛି ସେମାନେ କାହିଁକି ଏତେ ନିମ୍ନ ମାନର କାମ କରୁଛନ୍ତି, ତାହେଲେ ଆମ ଦେଲା ପଇସାର ସଦ୍ ବିନିଯୋଗ କିପରି ହେଲା ? କେବଳ ଧର୍ମକୁ ଆଖି ଠାର ସଦୃଶ ହେଉଛି କାର୍ଯ୍ୟ । ସେମିତିବି ପୂର୍ତ୍ତ ବିଭାଗ ଅଧିକାରୀ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସତ୍ତ୍ୱେ ତାଙ୍କୁ ଦିଶୁନି କେମିତି ? ଏହି ପରିପ୍ରେ୍ଷୀରେ ଟିଟିଲାଗଡ ସହରରେ ଗୋଟିଏ ଚର୍ଚ୍ଚା ଯେ, କିଛି ଦିନ ତଳେ ଆସିଥିବା ଫାଇବ ଟି ସଚିବ ଯଦି ଏହି ରାସ୍ତା ଦେଇ ଯାଇଥାନ୍ତେ ତାହେଲେ ରାତାରାତି ଚକାଚକ୍ ହୋଇ ସେହି ଖାଲକୁ ପୋତି ଦେବା ପାଇଁ ବିଭାଗୀୟ ଅଧିକାରୀ କେତେ କସରତ କରି ଥାନ୍ତେ ଯେ ନ କହିଲେ ଭଲ । ସହରରେ ବିକାଶ ମୂଳକ କାର୍ଯ୍ୟର ଅଭାବ ତଥା କେବଳ ଠିକାଦାର ପୋଷା ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ସେହିପରି ସହର ମଝିରେ ପିଚୁ କାମ ବିଶ୍ଵ ସ୍ତରୀୟ କାର୍ଯ୍ୟର ମଧ୍ୟ ଝଲକ ସହରବାସୀ ଦେଖି ସାରିଲେଣି । ନାମକୁ ମାତ୍ର କେବଳ ପିଚୁ ରାସ୍ତା ନିର୍ମାଣ ନାଁରେ ଠକାମୀ କାମ ହୋଇଥିବା ଯୋଗୁଁ ମୂଷା ଗାତ ଭଳି ଖାଲ ବିଭିନ୍ନ ଛକ ମାନଙ୍କରେ ଦେଖିବାକୁ ମିଳୁଛି । ଏଥିରୁ ଅନୁମେୟ ଯେ ବିକାଶ ନାଁ ରେ ଆସୁଥିବା ଯୋଜନାର କିପରି ସଫଳ ରୂପାୟନ, ଏଥିରୁ ଜଣା ପଡ଼ୁଛି । କଥା ଆମର ବିଚାର ଆପଣଙ୍କର ।

jittmm
Leave A Reply

Your email address will not be published.