oum

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ତିନି ଠାକୁର

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ରଥାରୂଢ ଶ୍ରୀଜୀଉଙ୍କର ସୁନାବେଶ ସମାହିତ ହୋଇଯାଇଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ସୁନାବେଶ ଧାରଣ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଠାକୁରଙ୍କ ଦେହରେ ସୁନା ଅଳଙ୍କାରରେ ଭରପୂର ହୋଇ ଶ୍ରୀଜୀଉମାନେ ସୁନାରେ ଝଲସି ଉଠିଥିଲେ । ଭକ୍ତମାନେ ଆତ୍ମବିଭୋର ହୋଇ ଠାକୁରଙ୍କ ଦର୍ଶନ କରିଥିଲେ । ଭକ୍ତିମୟ ପରିବେଶରେ ଗୁରୁବାର ସନ୍ଧ୍ୟାରେ ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ରଥ ନିକଟରେ ପ୍ରବଳ ଭିଡ଼ ପରିଲଖିତ ହୋଇଥିଲା । ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରାର ସୁନାବେଶ ପରିଚାଳନା ହୋଇଥିଲା ।

Leave A Reply

Your email address will not be published.