କରୋନା ଟୀକାକରଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମିଳିତ ଉଦ୍ୟମରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୬୦ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ମାଗଣାରେ କୋଭିସିଲ୍ଡ ଭେକସିନ୍ ଦିଆଯାଇଛି । ଏ ପରିପ୍ରେକ୍ଷୀରେ ବୁକୁରାମୁଣ୍ଡାରେ ପ୍ରତିଷ୍ଠିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସମୟରେ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଯାଉଥିବା ପଲସାନୀ ଗ୍ରାମର ସତ୍ୟାନନ୍ଦ ବାରିକ, ଗ୍ରାମର ଗଉଁତିଆ ଏବଂ ପିତା-ସ୍ୱର୍ଗତ ବିଷ୍ଣୁ ବାରିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ସେତେବେଳେ ଡାକ୍ତରଖାନା ସକାଶେ ମାଗଣାରେ ଜମି ଦାନ ସୂତ୍ରରେ ପ୍ରଦାନ କରିଥିଲେ । ସେ ମହାନ ବ୍ୟକ୍ତି ସତ୍ୟାନନ୍ଦ ବାରିକ ଆଜିକାର କୋଭିଡ୍ ଟୀକାଦାନ ପ୍ରାରମ୍ଭ ନେଇ ଶୁଭାରମ୍ଭ କରିଥିଲେ । ଆଇନତଃ ଡାକ୍ତରଖାନାରେ ଟୀକାଦାନ ପୂର୍ବରୁ ସିକ୍ୟୁରିଟି କର୍ମଚାରୀ ଛନ୍ଦା ଚରଣ ବିଶ୍ୱାଳ ଓ ଜିତେନ ଭୋଇ ଦୁହେଁ ଟୀକାଦାନ କକ୍ଷକୁ ପ୍ରବେଶ ପୂର୍ବରୁ ଲୋକଙ୍କ ତାପମାତ୍ରା ପରିକ୍ଷା ମେସିନରେ ପରିକ୍ଷା ସହ ସମସ୍ତଙ୍କ ହାତରେ ସେନିଟ୍ରାଇଜର ଦେବା ସହ ମାଗଣାରେ ମାକ୍ସ ଦେଉଥିବାର ଲକ୍ଷ କରାଯାଇଥିଲା । ଭିତରକୁ ପ୍ରବେଶ କଲାପରେ ମହିଳା ସ୍ୱାସ୍ଥ୍ୟକର୍ମୀ କର୍ମୀ ହରିପ୍ରିୟା କୁମାର ଟୀକା ନେବାକୁ ଆସିଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ଏବଂ ମୋବାଇଲ ନମ୍ବର ଯାଞ୍ଚ ପରେ ଏହି କାର୍ୟ୍ୟକ୍ରମରେ ନିୟୋଜିତ ଫାର୍ମାସିଷ୍ଟ ବିଜୟ କୁମାର ବେହେରା କାଗଜପତ୍ରକୁ ଅନଲାଇନ କଲାପରେ ଟୀକାକରଣ କକ୍ଷରେ ସଜାଗ ହୋଇଥିବା ଟୀକା ପ୍ରଦାନକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହୁ ଏବଂ ସୁନନ୍ଦିନୀ ପ୍ରଧାନ ଟୀକା ପ୍ରଦାନ ପରେ ପ୍ରତିକ୍ଷାଳୟରେ ଅଧଘଣ୍ଟା ବିଶ୍ରାମ ନେବାକୁ ପରାମର୍ଶ ଦେଉଥିଲେ । ବିଶ୍ରାମ ଅଧଘଣ୍ଟା ନେବାପରେ ଲୋକେ ନିଜନିଜ ଘରକୁ ଫେରୁଥିବାର ଲକ୍ଷ କରାଯାଇଥିଲା । ଏହି ଅବସରରେ ଡାକ୍ତର ସେବାବ୍ରତ ମେହେର ଏବଂ ଡାକ୍ତର ସୈାରଭ ଅଗ୍ରୱାଲଙ୍କୁ ସ୍ୱାସ୍ଥ୍ୟବସ୍ଥା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଏହି ବିଷୟରେ ପି.ଏଚ.ଇ.ଓ ତୁଷ କୁମାର ଚନ୍ଦ୍ରକାରଙ୍କୁ ପଚାରିବାରୁ ସେ ଫୋନ ଯୋଗେ ଆଜି ବୁକୁରାମୁଣ୍ଡାରେ ସମୁଦାୟ ୧୦୦ ଜଣ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ କରାଯିବାର କାର୍ୟ୍ୟକ୍ରମ ରହିଥିଲା ହେଲେ ୯୫ ଜଣଙ୍କୁ ଆଜି ଟୀକାକରଣ କରାଯାଇଛି ଏବଂ ଆଗକୁ ଜାରି ରହିବ ବୋଲି ସେ କହିଥିଲେ । କାର୍ୟ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ କାର୍ୟ୍ୟରତ ବି.ପି.ଓ ରେବତୀ ମୋହନ ଜେନା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.