om academy

ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଠକ ବେପାରୀ

jsm

କାଳିଆପାଣି : ଗାଁ ଗାଁ ବୁଲି ସରଳ ଚାଷୀଙ୍କୁ ଚୂନ ଲଗାଇ ଆସୁଥିବା ଜଣେ ଠକ ବେପାରୀ ଆଜି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛି । କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ଗାଁରେ ଧାନ ଠକେଇ ଅଭିଯୋଗରେ ଏହି ଧାନ ବେପାରୀକୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖି ପୁଲିସ ଜିମା ଦେଇଛନ୍ତି । ସୂଚନା ଅନୁସାରେ, ଢେଙ୍କାନାଳର ଈଶ୍ୱର ଚନ୍ଦ୍ର ସାହୁ ନାମକ ଏହି ବ୍ୟକ୍ତି କିଛିଦିନ ହେବ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କଠାରୁ ଚତୁରତାର ସହିତ ଧାନ କିଣାରେ ରିମୋଟ ବ୍ୟବହାର କରି ଡିଜିଟାଲ ଓଜନ କଣ୍ଟା ମାଧ୍ୟମରେ ଠକେଇ କରି ଆସୁଥିଲେ । ରଣାଗୁଣ୍ଡି ଗାଁରେ ଧାନ ଓଜନ କରୁଥିବା ବେଳେ ବସ୍ତା ପିଛା ୨୦ କିଲୋ ବ୍ୟବଧାନ ଆସିବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ । ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ପୁନଃ ଓଜନ ଓ ଯାଞ୍ଚ ପରେ ଠକ ବେପାରୀ ଈଶ୍ୱରର କଳା କାରନାମା ଧରାପଡ଼ି ଯାଇଥିଲା । ଏକାଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଠକକୁ ଉଠାଇ ଆଣି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.