centurian jitm

ଅବ୍ୟବସ୍ଥାରେ କଣ୍ଟାବାଞ୍ଜି ଟେଲିଫୋନ୍‌ ଏକ୍ସଚେଞ୍ଜ : ମୁରବି ବିହୀନ କାର୍ଯ୍ୟାଳୟ, ଖତ ଖାଉଛି ସବ୍‌ ଡିଭିଜନ ଅଫିସ

nschool
  • ଦୁଇ ଜଣ ଠିକା ଶ୍ରମିକରେ ଚାଲିଛି ଏକ୍ସଚେଞ୍ଜ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଟେଲିଫୋନ ଏକ୍ସଚେଞ୍ଜ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏକଦା କଣ୍ଟାବାଞ୍ଜି ଏକ୍ସଚେଞ୍ଜ ବଲାଙ୍ଗିର ଜିଲ୍ଲାର ଏକ ସବ୍‌ ଡିଭିଜନ ଥିଲା । କଣ୍ଟାବାଞ୍ଜି ସବ୍‌ ଡିଭିଜନ ଅଧିନରେ ଦୁଇ ହଜାରରୁ ଅଧିକ ଟେଲିଫୋନ ଉପଭୋକ୍ତା ଥିଲେ । କିନ୍ତୁ ଦିନକୁ ଦିନ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ହିତାଧିକାରୀମାନଙ୍କୁ ଠିକ୍‌ ରୁପେ ସେବା ନ ଯୋଗାଇବା ଦ୍ୱାରା ହିତାଧିକାରୀଙ୍କ ସଂଖ୍ୟା କମିବାରେ ଲାଗିଲା ଏପରିକି ଉପଯୁକ୍ତ ସେବା ନ ମିଳିବାରୁ ଏବଂ ବେସରକାରୀ ଟେଲିଫୋନ କଂପାନିମାନଙ୍କଠାରୁ ସେବା ଯୋଗାଇବା ସହିତ ଗ୍ରାହାକମାନଙ୍କୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଅଧିକ ପ୍ରୋତ୍ସାହନ ମିଳିବାରୁ ଦିନକୁ ଦିନ ସରକାରୀ ସଂସ୍ଥା ଦୁର୍ବଳ ହେବା ସହ ହିତାଧିକାରୀମାନଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଲା । ଯାହା ଆଜି କଣ୍ଟାବାଞ୍ଜିର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ।

ପ୍ରକାଶ ଥାଉକି କଣ୍ଟାବାଞ୍ଜି ଟେଲିଫୋନ ଏକ୍ସଚେଞ୍ଜ ସବ୍‌ ଡିଭିଜନ କାର୍ଯ୍ୟାଳୟ ଉଠାଇ ନେବା ଦିନଠାରୁ କାର୍ଯ୍ୟାଳୟ ଶୋଚନୀୟ ହୋଇପଡିଛି । ଏପରିକି ବେସରକାରୀ ଠିକା ସଂସ୍ଥାକୁ ଟେକି ଦେବା ଦିନଠାରୁ ଏକ୍ସଚେଞ୍ଜରେ ଟେଲିଫୋନ ଏସ୍‌ଡିଓ ତ ଦୂରର କଥା ସାଧାରଣ ଜେଇ ମଧ୍ୟ ପଦବି ଉଛେଦ କରାଯାଇଛି ଫଳରେ ଦୁଇ ଜଣ ଠିକା ଶ୍ରମିକଙ୍କ ଦ୍ୱାରା ଏକ୍ସଚେଞ୍ଜ ଚାଲିଛି । ଦୁଇ ଜଣ ଠିକା ଶ୍ରମିକ ମାସିକ ପାଂଚ ହଜାର ଟଙ୍କା ଦରମାରେ ନିୟୋଜିତ ଥିବାରୁ ଦୁଇ ଠିକା ଶ୍ରମିକ ୨୦ ରୁ ୨୫ ବର୍ଷ ହେଲା ଚାକିରୀ କରି ଆସୁଥିବା ବେଳେ ମାତ୍ର କମ୍‌ ଦରମାରେ ପରିବାର ଭରଣ ପୋଷଣ ସମ୍ଭବ ହୋଇ ପାରୁ ନ ଥିବାରୁ ଦୟନୀୟ ଅବସ୍ଥାରେ ପରିବାର ଭରଣ ପୋଷଣ କରୁଛନ୍ତି । କଣ୍ଟାବାଞ୍ଜି ସହରରେ ପୂର୍ବରୁ ଅଢେଇ ହଜାରରୁ ଅଧିକ ହିତାଧିକାରୀଙ୍କ ବି.ଏସ.ଏନ.ଏଲ. ରହିଥିବା ବେଳେ ବର୍ତମାନ ମାତ୍ର ୧୫୦ଟି ହିତାଧିକାରୀ ରହିଛନ୍ତି ଏଥିରୁ ଅନୁମାନ କରାଯାଏ ଯେ, ବି.ଏସ.ଏନ.ଏଲ. ଉପଭୋକ୍ତାମାନଙ୍କୁ କିପରି ସେବା ଯୋଗାଉଛି ଯାହା ବି ଅଛନ୍ତି କୌଣସି ପ୍ରକାର ଅସୁବିଧା ହେଲେ ସ୍ଥାନୀୟ କାର୍ୟ୍ୟାଳୟରେ କୌଣସି ସରକାରୀ କର୍ମଚାରୀ ନ ଥିବାରୁ ସଂପୃକ୍ତ ବଲାଙ୍ଗିର ଟି.ଡି.ଏମ.ଙ୍କୁ ତାଙ୍କ ଫୋନ ନଂ.୯୪୩୭୯୬୨୫୫୫ କିମ୍ବା କଣ୍ଟାବାଞ୍ଜି ଏକ୍ସଚେଞ୍ଜ ଦାୟିତ୍ୱରେ ଥିବା ପାଟଣାଗଡ ଜେ.ଇ.ଙ୍କ ଫୋନ ନଂ. ୯୪୩୮୮୪୮୨୮୪କୁ ଯୋଗାଯୋଗ କଲେ ରିଂଗ ଯାଉଥିଲେ ମଧ୍ୟ ରିଂଗ ପ୍ରତି କୌଣସି କର୍ଣ୍ଣପାତ ନ କରି ଶୁଣୁ ନାହାନ୍ତି ଫଳରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କଣ୍ଟାବାଞ୍ଜି ଟେଲିଫୋନ ଏକ୍ସଚେଞ୍ଜ ପ୍ରତି କୌଣସି ପଦକ୍ଷେପ ନେଉ ନ ଥିବାରୁ ହିତାଧିକାରୀମାନେ ବି.ଏସ.ଏନ.ଏଲ.ଟେଲିଫୋନକୁ କାଟିଦେବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.