
ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରର ପ୍ରାଇଭେଟ ବସ୍ଷ୍ଟାଣ୍ଡ ଯିବା ରାସ୍ତାରେ ବଢୁଛି ଟ୍ରାଫିକ ସମସ୍ୟା । ବରଗଡ଼ ପ୍ରାଇଭେଟ ବସ୍ଷ୍ଟାଣ୍ଡ ତିଆରି ହୋଇଥିବା ବେଳେ ବହୁ ପ୍ରାଇଭେଟ ବସ୍ ବସ୍ଷ୍ଟାଣ୍ଡରେ ନ ରହି ରାସ୍ତା ଉପରେ ରହୁଛି, ଯାହାକୁ ନେଇ ସେହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏନେଇ ବରଗଡ଼ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ବରଗଡ଼ବାସୀ ଗୁରୁବାର ଅପରାହ୍ନ ୪ଟା ସମୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ବରଗଡ଼ ପ୍ରାଇଭେଟ ବସ୍ଷ୍ଟାଣ୍ଡ ବିନା ପ୍ଳାନିଙ୍ଗରେ ତିଆରି ହୋଇଥିବା ବେଳେ ବସ ପାର୍କିଙ୍ଗ, ଯାତ୍ରୀଙ୍କ ପାଇଁ ସୁବିଧା ନ ଥିବା ବେଳେ ଓ ବିଭିନ୍ନ ସମସ୍ୟା ରହିଛି ଏନେଇ ବହୁ ବସ୍ ରାସ୍ତାରେ ପାର୍କିଙ୍ଗ କରୁଥିବା ବେଳେ ଜନସାଧାରଣ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ବର୍ତ୍ତମାନ ସରକାରୀ ବସ୍ଷ୍ଟାଣ୍ଡ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ସହ ନୂତନ ତିଆରି ହେବାକୁ ଥିବା ବେଳେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ଲାନିଙ୍ଗ ସହ ନିର୍ମାଣ କରାଯାଉ ବୋଲି ଦାବି କରାଯାଇଛି । ନ ହେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ସହ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜନସାଧାରଣ ଜଣାଇଛନ୍ତି । ତେବେ ଟ୍ରାଫିକ ସମସ୍ୟାକୁ ନେଇ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରଗଡ଼ ଆର୍ଟିଓଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ।