ls

ଅକ୍ଷୟ ତୃତୀୟା ପାଳନ ଅବସରରେ ଗ୍ରାମାଞ୍ଚଳରେ ସମନ୍ୱିତ କୃଷିର ରୂପାନ୍ତରିତ କାର୍ଯ୍ୟକ୍ରମ (ତାରା)ର ସମୀକ୍ଷା

sb

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରିତ ‘ତାରା ‘ ଉପରେ ଗତକାଲି ସମୀକ୍ଷା ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୃଷି ଅଧିକାରୀ, ପ୍ରାଣୀ ସମ୍ପଦ ଅଧିକାରୀ, ମତ୍ସ୍ୟ ଅଧିକାରୀମାନଙ୍କୁ ନେଇ ‘ତାରା’ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ ଦୁଇ ବର୍ଷତଳେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ୱୟରେ ଆରମ୍ଭ କରାଯାଇଥିଲା ।
ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ କୃଷି ତଥା କୃଷକର ଉନ୍ନତି ପାଇଁ ‘ତାରା’ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଗତ ଦୁଇ ବର୍ଷ ତଳେ ଆରମ୍ଭ କରାଯାଇଥିଲା । ବୈଠକରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା, ସୌର ଜଳ ନିଧି ଯୋଜନା, ବଳରାମ ଯୋଜନା, କୃଷି ଋଣ, ବିହନ ଓ ସାରର ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । କରୋନା ସମୟରେ କୃଷିର ମୁଖ୍ୟ ଭୂମିକା ରହିଛି । ଖରିଫ୍ ଚାଷ ନିମନ୍ତେ ଉତ୍ତମ ବିହନ ଓ ସାର, ପିଡିଆ ଯେପରି କୃଷକ ମାନେ ସହଜରେ ପାଇ ପାରିବେ ତା’ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଗ୍ରାମାଞ୍ଚଳରେ ଧାନ ଚାଷ ସହ ଯେପରି ଅନ୍ୟାନ୍ୟ କୃଷି କରି କୃଷକ ଯେପରି ଲାଭବାନ୍ ହୋଇପାରିବ ତା’ ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ କୃଷି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୀବୀକା ନିର୍ବାହୀ କୃଷିକୁ ବ୍ୟାବସାୟୀକ କୃଷିରେ ପରିଣତ କରିବା, ସମନ୍ୱିତ କୃଷି ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୂନିକ ଜଳସେଚନ ଉପକରଣର ବ୍ୟବହାର, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା, ଚାଷୀଙ୍କୁ ଗୋଟିଏ ସ୍ଥାନରୁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରାଇବା ଏହି ‘ତାରା ‘ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ପଶୁଖାଦ୍ୟ ଚାଷ ନିମନ୍ତେ ୮୬୪.୪୦ ଏକର ଅନୁମୋଦିତ ହୋଇଥିବା ବେଳେ ୧୨୩୭ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଜିଲ୍ଲାରେ ୩୬୯୧ ଟି ଡଗ୍ ୱେଲ୍ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୩୬୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସ୍ଥଳେ ଆଉ ୯୫୯ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ସେହିପରି ଗାଈ ଗୁହାଳ ୧୬୧୬୭ଟି ମଞ୍ଜୁରପ୍ରାପ୍ତ ହୋଇଥିବା ବେଳେ ୧୧୨୪ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ କାର୍ଯ୍ୟ ଚାଲୁ ରହିଛି । ଜିଲ୍ଲାରେ ସମୁଦାୟ ୬୧୩୬୮୮ଟି ଜବ୍ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୪୧୧୧୯୧ଟି ଜବ୍ କାର୍ଡକୁ ଆକ୍ଟିଭ୍ କରାଯାଇଛି ଏବଂ ୭୮୪୪ଟି ନୂତନ ଜବ କାର୍ଡ ପ୍ରଦାନ କରାଯାଇଛି । ଯେତେ ଭାଗ ଚାଷୀ ଅଛନ୍ତି ବଳରାମ ଯୋଜନାରେ ଶତକଡା ୮୦ ଭାଗ ଚାଷୀଙ୍କୁ ସାମିଲ୍ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଖରିଫ୍ ଚାଷ ବେଳେ ଚାଷୀ ଯେପରି ସୁବିଧାରେ ବ୍ୟାଙ୍କରୁ ଋଣ ପାଇ ପାରିବ ଏବଂ ଉନ୍ନତ ମାନର ବିହନ ଓ ସାର ପାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ସୌର ଜଳ ନିଧି ଯୋଜନା, ବଳରାମ ଯୋଜନା ଆଦିକୁ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୂର୍ୟ୍ୟୋଧନ ପତଙ୍ଗ, ଡି.ଆର୍.ସି.ସି. ବିଶ୍ବ ରଞ୍ଜନ ଦାଶଙ୍କ ସମେତ ବିଭିନ୍ନ ବ୍ଲକର କୃଷି ଅଧିକାରୀ, ବ୍ୟାଙ୍କର୍ସ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

pc pk
Leave A Reply

Your email address will not be published.