ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡ଼ିହି ପଞ୍ଚାୟତ ଇଟ୍ଟାପଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଲକ୍ଷ୍ମୀ ବାରିକ (୬୬)ଙ୍କ ମୃତ୍ୟୁ ଘଟିଛି । ଏଥିନେଇ ନାତି ସୁଜିତ କୁମାର ବାରିକ ଟାଟା କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ପରିବାର ଲୋକେ ଉଠି ଦେଖିବାକୁ ପାଇଥିଲେ କି ଘର ସମ୍ମୁଖରେ ଥିବା ଏଲ୍ଟି ତାର ଛିଡ଼ି ପଡ଼ିଥିବାବେଳେ ସେଥିରେ ଲକ୍ଷ୍ମୀ ଲାଗି ରହିଛନ୍ତି । ସ୍ଥାନୀୟ ପଡ଼ୋଶୀଙ୍କୁ ଡାକି ବିଦ୍ୟୁତ୍ ତାରରୁ ସଂଯୋଗ ବିଛିନ୍ନ କରିବାବେଳକୁ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା ।
Prev Post
Next Post