jittmm

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ କୋଚିଂ ନେଇ କଲେଜ ଟପର ହେଲେ କ୍ରୀଷ୍ଣା ଦେ

ଭୋଗରାଇ, (କେପିଏନଏସ) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ କ୍ରୀଷ୍ଣା ଦେ ମୋଟ୍ ୪୮୦ ମାର୍କ ରଖି କଲେଜ ଟପର ହେଇଛନ୍ତି । କ୍ରୀଷ୍ଣା ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦଚକ ଗ୍ରାମର ପିତା ସପନ ଦେ ଓ ମାତା ଶାନ୍ତିଲତା ଦେଙ୍କ ଝିଅ ଅଟନ୍ତି । ଜଣେ କୃଷକର ଝିଅ କ୍ରୀଷ୍ଣା ସ୍ୱତନ୍ତ୍ରଭାବେ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ‘ଜିଜ୍ଞାସା ଶିକ୍ଷାକେନ୍ଦ୍ର’ରେ କୋଚିଂ ନେଉଥିଲେ । ସେ ନିଜ ସଫଳତାର ଶ୍ରେୟ ପିତା ମାତା , ଜେଜେବାପା ନିଳକଣ୍ଠ ଦେ ଏବଂ ଆନନ୍ଦମୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଅଳକା ଦାସ ଓ ଅଧ୍ୟକ୍ଷ ସର୍ବେଶ୍ୱର ସିଟ୍ , ଅଧ୍ୟାପକ ମନୋରଞ୍ଜନ ସୁର , ଅଧ୍ୟାପିକା ବସୁମତି ପତି ଏବଂ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ , ଅଧ୍ୟାପକ ସରୋଜ କୁମାର ଦାସ , ଜୟଦେବ ଦାସ ଓ ଅଞ୍ଜନ ଦେ , ଗଜାନନ ମହାପାତ୍ର ପ୍ରମୁଖଙ୍କୁ ଦେଇଛନ୍ତି । କ୍ରୀଷ୍ଣା ଭବିଷ୍ୟତରେ ଜଣେ ଓଡ଼ିଆ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି । କ୍ରୀଷ୍ଣାଙ୍କ ସଫଳତା ପାଇଁ ନାଚିନ୍ଦା ଗ୍ରାମପଞ୍ଚାୟତ ସରପଞ୍ଚ ଶିଶିର କୁମାର ରଣା , ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା , ଆଇନଜିବୀ ରାଜକିଶୋର ଜେନା , ଶିକ୍ଷକ ତ୍ରୀଦୀପ ଜେନା , ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ , ଶିକ୍ଷକ ସଞ୍ଜୟ କୁମାର ମୁଦୁଲି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.